ETV Bharat / state

ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ବିଦ୍ୟୁତ୍ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ମୟୂରଭଞ୍ଜ ଜିଲ୍ଲା ଏଦେଲାବେଡା ଗାଁ ସାଲଖୁ ବାସ୍କୋ । ସେ ବିଦ୍ୟୁତ୍‌ ଖୁଣ୍ଟରେ ଚଢିବା ବେଳେ ଘଟିଛି ଏହି ଅଘଟଣ ।

author img

By

Published : Aug 17, 2019, 9:13 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ବିଦ୍ୟୁତ୍ ଖୁଣ୍ଟରେ ଚଢିବା ହେଲା କାଳ । ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଏଦେଲାବେଡା ଗାଁରେ । ମୃତକ ହେଲେ ସାଲଖୁ ବାସ୍କୋ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ବିଦ୍ୟୁତ୍‌ ତାର ସଜାଡିବା ପାଇଁ ଚଢିଥିଲେ ସାଲଖୁ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଆଘାତ ପାଇ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ବିଦ୍ୟୁତ୍ ଖୁଣ୍ଟ ରେ ଚଢିବା ହେଲା କାଳ। ବିଦ୍ୟୁତ୍ ଆଘାତ ପାଇ ଖୁଣ୍ଟ ରୁ ପଡି ଯୁବକ ମୃତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଏଦେଲବେଡା ଗ୍ରାମରେ। ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଲୁଗୁ ବାସ୍କେ ଙ୍କ ପୁଅ ସାଲଖୁ ବାସ୍କେ। ସୂଚନା ଅନୁଯାୟୀ ବିଦ୍ୟୁତ୍ ଖୁଣ୍ଟ କୁ ଉଠି ଖୁଣ୍ଟ ରେ ଥିବା ତାର ଗୁଡ଼ିକୁ ସଜାଡ଼ିବା ପାଇଁ ଉଠିଥିଲା ସାଲଖୁ। ତେବେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଘାତ ପାଇ ସେ ତଳକୁ ଖସି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହ କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିବା ଜଣାପଡିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.