ETV Bharat / state

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ଜନିତ ଆତ୍ମହତ୍ୟା ସନ୍ଦେହ

author img

By

Published : Feb 15, 2021, 8:12 PM IST

ବାରିପଦା ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ବନ୍ଧସାହିରେ ଏକ ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ପ୍ରେମ ଜନିତ ଆତ୍ମହତ୍ୟା ସନ୍ଦେହ

ବାରିପଦା: ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ବନ୍ଧସାହିରେ ଏକ ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ପ୍ରେମଜନିତ କାରଣରୁ ଆତ୍ମହତ୍ୟା ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ ମୃତକ ଜଣଙ୍କ ତାଙ୍କ ଅଜା ଆଇ ଘରେ ଏକା ରହୁଥିବା ବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ଯୁବକ ଜଣକଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ଜିଲ୍ଲାର ଫକୀରପୁର ଅଞ୍ଚଳର ଓ ତାଙ୍କ ନାଁ ସଞ୍ଜୀବ ଘୋଷ ବୋଲି ଜଣାପଡିଛି ।

ବାରିପଦା ଷ୍ଟେସନ ବଜ଼ାର ଅଞ୍ଚଳରେ ଦୀର୍ଘ ଦିନ ଧରି ସେ ବ୍ୟବସାୟ କରି ରହୁଥିଲା। ତେବେ ଗତକାଲି ଭେଲେନଟାଇନ ଦିବସ ଥିବାବେଳେ ତାଙ୍କର ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । ଏହା ପ୍ରେମଜନିତ କାରଣ ହୋଇଥାଇ ପାରେ ବୋଲି ସାଙ୍ଗସାଥି ଅନୁମାନ କରୁଛନ୍ତି। ବାରିପଦା ଟାଉନ ଥାନା ପୋଲିସ ଓ ସିନଟିଫିକ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.