ETV Bharat / state

କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ, ଆକ୍ରମଣରେ ଯୁବକ ମୃତ

author img

By

Published : Jun 30, 2022, 7:11 AM IST

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଲାଗି ରହିଛି ହାତୀ ଉପଦ୍ରବ । ୫୦ରୁ ଉର୍ଦ୍ଧ୍ବ ଗ୍ରାମ ଆତଙ୍କରେ ରହିଥିବା ବେଳେ ବୁଧବାର ଦୁଧିଆଣି ରେଞ୍ଚ ଅଧୀନରେ ଥିବା ବଳା ଗ୍ରାମର ନୀଳକଣ୍ଠ ସଂଖିଆଳ(୧୮) ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

କରଞ୍ଜିଆ ବନଖଣ୍ଡରେ ଲାଗି ରହିଛି ଉପଦ୍ରବ, ହାତୀ ଆକ୍ରମଣରେ ଯୁବକ ମୃତ

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡରେ ହାତୀ ଆକ୍ରମଣରେ ଯୁବକ ମୃତ । ଦୁଧିଆଣି ରେଞ୍ଚ ଅଧୀନରେ ଥିବା ବଳା ଗ୍ରାମର ନୀଳକଣ୍ଠ ସଂଖିଆଳ(୧୮) ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏକ ସପ୍ତାହ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ରହିଛି ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ୫୦ରୁ ଉର୍ଦ୍ଧ୍ବ ଗ୍ରାମରେ ହାତୀ ଆତଙ୍କ ଲାଗିରହିଛି । ମଙ୍ଗଳବାର ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୩ଟିକିଆ ହାତୀପଲ ଦେଉଳି ଗ୍ରାମର ଗୋଟିଏ ଏବଂ ଦରି ଗ୍ରାମରେ ଗୋଟିଏ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ବନବିଭାଗ ହାତୀ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଥିଲେ ମଧ୍ୟ ଏ ଦିଗରେ ସଫଳ ହୋଇ ପାରିନାହିଁ । ଏମାନେ ଦିନବେଳେ ଜଙ୍ଗଲରେ ରହୁଥିଲେ ମଧ୍ୟ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ବର୍ତ୍ତମାନ ଦୁଧିଆଣି ରେଞ୍ଚ ଅଧୀନରେ ଥିବା ଦରି ଅଞ୍ଚଳରେ ୧୮ଟି ହାତୀ ଥିବା ବେଳେ ବଳା କାଜୁ ଜଙ୍ଗଲରେ ୫ଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.