ETV Bharat / state

ମହଙ୍ଗା ପଡିଲା କିସ୍‌, ନର୍ସକୁ ଚୁମ୍ବନ ଦେଇ ଯୁବକ ଗିରଫ - ଚିକିତ୍ସା କରୁଥିବା ଷ୍ଟାଫ୍ ନର୍ସକୁ ଚୁମ୍ବନ ଦେଲେ ରୋଗୀ

ଚିକିତ୍ସା କରୁଥିବା ନର୍ସଙ୍କୁ ଚୁମ୍ବନ କଲା ଯୁବକ । ଅଭିଯୋଗ ପରେ ବାନ୍ଧିଲା ପୋଲିସ । ମୟୂରଭଞ୍ଜରୁ ସାମ୍ନାକୁ ଆସିଛି ଏପରି ଘଟଣା । ଅଧିକ ପଢନ୍ତୁ

ଷ୍ଟାଫ୍ ନର୍ସକୁ ଚୁମ୍ବନ
ଷ୍ଟାଫ୍ ନର୍ସକୁ ଚୁମ୍ବନ
author img

By

Published : Dec 17, 2022, 12:57 PM IST

ଷ୍ଟାଫ୍ ନର୍ସକୁ ଚୁମ୍ବନ

ରାଇରଙ୍ଗପୁର: ରୋଗୀକୁ ଇଞ୍ଜେକ୍ସନ ଦେଉଥିଲେ ଷ୍ଟାଫ ନର୍ସ । ପଛରୁ ହାତକୁ ଭିଡି ନର୍ସଙ୍କ ମଥାକୁ ଚୁମ୍ବନ ଦେଲା ରୋଗୀ । ଏଭଳି ନିନ୍ଦନୀୟ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅଞ୍ଚଳରୁ । ନର୍ସଙ୍କ ଅଭିଯୋଗ ପରେ ଯୁବକଙ୍କୁ ଗିରଫ କଲା କରଞ୍ଜିଆ ଥାନା ପୋଲିସ ।

ଖବରଅନୁସାରେ, ଗୁରୁବାର ପ୍ରାୟ ରାତି ୮ ରୁ ୯ ଘଟିକା ସମୟ ମଧ୍ୟରେ କରଞ୍ଜିଆ ଅଞ୍ଚଳର ରହିତ ଦାସ ଅଧିକାରୀ ଔରଫ ଗୁଡୁ ଚିକିତ୍ସା ହେବା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଆସିଥିଲେ । ତେବେ ସେଠାରେ ଚିକିତ୍ସା କରୁଥିବା ଜନୈକ ଷ୍ଟାଫ୍ ନର୍ସକୁ ଅଶାଳୀନ ବ୍ୟବହାର କରିବା ସହିତ ତାଙ୍କ ମଥାରେ ଚୁମ୍ବନ ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ଗତକାଲି(ଶୁକ୍ରବାର) କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ନର୍ସ । ଅଭିଯୋଗ ଆଧାରରେ କରଞ୍ଜିଆ ଥାନା ପୋଲିସ ତଦନ୍ତ କରିବା ସହିତ ଅଭିଯୁକ୍ତ ରହିତ ଦାସ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁରୀରେ ପୁଣି ମୁଣ୍ଡ ନେଲା ଝାଡାବାନ୍ତି !

ତେବେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବା ପରେ ପୋଲିସ ରୋହିତକୁ ଗିରଫ କରି କରଞ୍ଜିଆ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି । ଗିରଫ ଯୁବକ ଜଣକ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମିତା ପଟ୍ଟନାୟକଙ୍କ ପୁଅ ହୋଇଥିବା କାରଣରୁ ବିଭିନ୍ନ ସମୟରେ ସେ ଗୁଣ୍ଡାଗର୍ଦ୍ଦି କରି ଏକାଧିକ ଅପରାଧିକ ମାମଲାରେ ଜଡିତ ଥିବା ମଧ୍ୟ ଜଣାପଡ଼ିଛି ।

ଏନେଇ ଷ୍ଟାଫ ନର୍ସ କହିଛନ୍ତି," ଗୁରୁବାର ରାତିରେ ରହିତ ଦାସ ଅଧିକାରୀ ନାମକ ଜଣେ ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ । ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୁଁ ଇଞ୍ଜେକସନ ଦେବାକୁ ଯାଇଥିଲି । ଇଞ୍ଜେକସନ ଦେଇ ଫେରିବା ବେଳେ ସେ ମୋର ହାତକୁ ଭିଡି ଆଶାଳୀନ ଭାଷା କହିବା ସହ ମଥାକୁ ଚୁମ୍ବନ ଦେଲା । ଏହି କଥାକୁ କାହାକୁ ନକହିବା ପାଇଁ ଧମକ ମଧ୍ୟ ହୋଇଥିଲା । ’’

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.