ETV Bharat / state

ଦ୍ରୌପଦୀଙ୍କ ବିଜୟ ପାଇଁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା - ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପୂଜା

ସୋମବାର ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଜନ୍ମମାଟି ରାଇରଙ୍ଗପୁରରେ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ

ଦ୍ରୌପଦୀଙ୍କ ବିଜୟ ପାଇଁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା

author img

By

Published : Jul 17, 2022, 5:21 PM IST

ରାଇରଙ୍ଗପୁର: ଆସନ୍ତାକାଲି(ସୋମବାର) ରାଷ୍ଟ୍ରପତି ନିର୍ବାଚନ । ଦ୍ରୌପଦୀଙ୍କ ପାଇଁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା । ଏନଡିଏ ତରଫରୁ ରାଇରଙ୍ଗପୁର ମାଟିର ଆଦିବାସୀ ମହିଳା ତଥା ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ତେବେ ଆସନ୍ତା କାଲି ରହିଛି ନିର୍ବାଚନ ଏବଂ ୨୧ ତାରିଖ ହେବ ଭୋଟ ଗଣତି ଓ ଫଳାଫଳ ଘୋଷଣା ତାରିଖ ।

ଦ୍ରୌପଦୀଙ୍କ ବିଜୟ ପାଇଁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା

ଏନେଇ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ନେଇ ଚାଲିଛି ଜୋରଦାର ପୂଜାର୍ଚ୍ଚନା । ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିରରେ ଏଥିପାଇଁ ଦ୍ରୌପଦୀଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରାଯାଇଛି । ବିଜେପି ଦଳର କର୍ମକର୍ତ୍ତା ଓ ସ୍ଥାନୀୟ ଲୋକେ ମିଶି ଜଗନ୍ନାଥ ମନ୍ଦିରରେ ଦ୍ରୌପଦୀଙ୍କ ପାଇଁ ପୂଜା କରିଛନ୍ତି । ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ସମସ୍ତଙ୍କୁ ନେଇ ମନ୍ଦିରର ଯଜ୍ଞ ମଣ୍ଡପରେ ଦ୍ରୌପଦୀଙ୍କ ପାଇଁ ହୋମ-ଯଜ୍ଞ, ପୂଜାର୍ଚ୍ଚନା ଆଦି କରିଛନ୍ତି । ବିପୁଳ ଭୋଟରେ ବିଜୟୀ ହୋଇ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ପାଇଁ ଆଶା ବାନ୍ଧିଛନ୍ତି ସ୍ଥାନୀୟ ନେତା, କର୍ମୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.