ବାରିପଦା: ଓଡିଶା କ୍ରୀଡାଜଗତ ପାଇଁ ଖୁସି ଖବର । ବିଶ୍ବ ଭାରୋତ୍ତୋଳନ ଚାମ୍ପିଅନସିପ୍ରେ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜର ସ୍ନେହା ସୋରେନ । ଜିଲ୍ଲାର ମୋରଡା ବ୍ଲକ ଶିଖରଘାଟି ଗ୍ରାମର ସେହ୍ନା ସୋରେନ, ପଞ୍ଜାବ ପଟିଆଲା ସାଇକେନ୍ଦ୍ରରେ ଚାଲିଥିବା ପ୍ରଶିକ୍ଷଣ କେନ୍ଦ୍ରରୁ ବିଶ୍ବ ଭାରୋତ୍ତୋଳନ ଚାମ୍ପିଅନସିପ୍ରେ ଭାଗ ନେବା ପାଇଁ ଥାଇଲାଣ୍ଡ ଗସ୍ତ କରିଛନ୍ତି।
ଆସନ୍ତା ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ବିଶ୍ବ ଭାରୋତ୍ତୋଳନ ଚାମ୍ପିଅନସିପ୍ ହେବାକୁ ଥିବାବେଳେ ସ୍ନେହା ୫୫ କିଲୋଗ୍ରାମରେ ଭାରତ ପାଇଁ ପ୍ରତିନିଧିତ୍ବ କରିବେ । ପୂର୍ବରୁ ସେ ଜୁନିୟର ବିଶ୍ବ ଚମ୍ପିଆନ, ଏସୀୟ ଓ ରାଜ୍ୟଗୋଷ୍ଠୀ ଭଳି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଛନ୍ତି ।
ଏପଟେ ବାପା-ମା ଛେଉଣ୍ଡ ଝିଅ ସ୍ନେହା ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନସିପ୍ରେ ଭାଗ ନେଉଥିବାରୁ ସ୍ନେହାକୁ ଶୁଭେଚ୍ଛା ଜଣାଇଛନ୍ତି ଗ୍ରାମବାସୀ । ଗରିବ ପରିବାରରେ ଜନ୍ମ ହୋଇଥିବା ସ୍ନେହାଙ୍କ ବାଟ ଓଗାଳିପାରିନି ଦାରିଦ୍ର୍ୟତା । ଆଗକୁ ଆଗକୁ ବାଟି ଚାଲିଛନ୍ତି ସେ । ତେବେ ଏନେଇ ଗ୍ରାମବାସୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ମୟୂରଭଞ୍ଜ ସମ୍ବାଦଦାତା ମୃତ୍ୟୁଞ୍ଜୟ ସେନାପତି।