ETV Bharat / state

କୃଷି କାର୍ଯ୍ୟାଳୟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

author img

By

Published : Dec 5, 2020, 9:42 PM IST

ବାରିପଦାସ୍ଥିତ କୃଷି କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ.....

World Soil Day is celebrated in Baripada
କୃଷି କାର୍ଯ୍ୟାଳୟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ବାରିପଦା: ତକତପୁରସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଡିସେମ୍ବର ପାଞ୍ଚ ତାରିଖରେ ପାଳନ ହେଉଥିବା ଏହି ଦିବସ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ କୋଭିଡ ନିୟମ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦାମୋଦର ସେଠୀ ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି । ଚଳିତ ବର୍ଷର ବିଷୟ ବସ୍ତୁ "ଆସନ୍ତୁ ମାଟି ମାକୁ ଜୀବନ୍ତ ରଖିବା ଓ ଏହାର ଜୈବ ବିଭିଧତାକୁ ସୁରକ୍ଷା ଦେବା" ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୃତ୍ତିକା ବୈଜ୍ଞାନିକଙ୍କ ସହ ଜିଲ୍ଲାର ଅନେକ ଚାଷୀ ଓ କୃଷି ବ୍ୟବସାୟୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜୈବିକ ପ୍ରଣାଳୀରେ କିପରି ଭାବେ ଚାଷ କରି ଚାଷୀ ଲାଭବାନ ହେବା ସହ ମୃତ୍ତିକାର ସୁରକ୍ଷା ହୋଇପାରିବ ଚାଷୀଙ୍କୁ ତାଲିମ ଦିଆଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.