ବାରିପଦା: ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ସବରସାହି ହୋପ ଅଫିସ କାର୍ଯ୍ୟାଳୟ ଭିତରୁ ଜଣେ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛନ୍ତି ଟାଉନ ଥାନା ପୋଲିସ । ମୃତ ଯୁବତୀ ଜଣକ ବାଲେଶ୍ବର ଜିଲ୍ଲାର ଅମ୍ରିତା ଦାସ ବୋଲି ଜଣାପଡିଛି।
ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲାର ଅମ୍ରିତା ଗତ ଚାରି ମାସ ହେଲା ହୋପ କାର୍ଯ୍ୟାଳୟରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ହୋପ କାର୍ଯ୍ୟାଳୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ନାମଲେଖା ମାଧ୍ୟମ ରୂପେ କାମ କରୁଥିବା ଜଣାପଡିଛି ।
ତେବେ ମଙ୍ଗଳବାର ରାତିରେ ଅମ୍ରିତାଙ୍କୁ ଝୁଲନ୍ତା ଅବସ୍ଥାରେ ଅନ୍ୟ କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ପରେ ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବୁଧବାର ଯୁବତୀଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଛି । ଏପଟେ ପୋଲିସ ଅମ୍ରିତାଙ୍କ ରୁମ ଭିତରୁ ଏକ ସୁଇସାଇଡ୍ ନୋଟ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ