ETV Bharat / state

ବୁଦା ମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଜୁରାଡିହି ଗ୍ରାମ ହାଟନିକଟରେ ଥିବା ଏକ ବୁଦା ମୂଳରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ବୁଦା ମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର
ବୁଦା ମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର
author img

By

Published : Dec 29, 2020, 8:41 AM IST

ମୟୂରଭଞ୍ଜ: ବୁଦା ମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଜୁରାଡିହି ଗ୍ରାମ ହାଟନିକଟରେ ଥିବା ଏକ ବୁଦା ମୂଳରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ବୁଦା ମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ସୂଚନାଅନୁସାରେ, ସୋମବାର ଅପରାହ୍ନରେ ଜୁରାଡିହି ଗ୍ରାମ ନିକଟ ଏକ ବୁଦା ମୂଳରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିବାକୁ ପାଇଥିଲେ । ମୃତଦେହଟି ପଚିସଢି ଯାଇଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା । ଏହା ଦେଖି ଲୋକମାନେ ଖୁଣ୍ଟା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କିରିଛି ।

ମହିଳା ଜଣକ ହେଲେ ସପନଚୁଆ ଗ୍ରାମର ସିଙ୍ଗି ମୁର୍ମୁ । ସେ କୌଣସି କାମରେ ଘରୁ ବାହାରି ଆସିଥିବା ବେଳେ ଆଉ ଘରକୁ ଫେରିନଥିଲେ । ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ସାଇଣ୍ଟିଫିକ ଦଳ ଜରିଆରେ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.