ETV Bharat / state

ମୟୂରଭଞ୍ଜରେ ଖଟିଆରେ ବୁହା ହେଲେ ପ୍ରସୂତି, ରାସ୍ତାରେ ଜନ୍ମ ହେଲା ଶିଶୁ - ରାଇରଙ୍ଗପୁରରେ ରାସ୍ତାରେ ଶିଶୁ ଜନ୍ମ

ମୟୂରଭଞ୍ଜରେ ପୁଣି ଜନନୀ ଯନ୍ତ୍ରଣା । ଦୁର୍ଗମ ରାସ୍ତା ଯୋଗୁଁ ରାସ୍ତାରେ ଜନ୍ମ ହେଲା ଶିଶୁ । ଅଧିକ ପଢନ୍ତୁ

ମହିଳାଙ୍କ ଦ୍ଵାରା ଖଟିଆରେ ବୁହା ହେଲେ ପ୍ରସୂତି, ରାସ୍ତାରେ ଜନ୍ମ ହେଲା ଶିଶୁ

author img

By

Published : Aug 6, 2022, 5:33 PM IST

ରାଇରଙ୍ଗପୁର: ପୁଣି ସାମ୍ନାକୁ ଆସିଲା ଜନନୀଯନ୍ତ୍ରଣାର ଦୟନୀୟ ଦୃଶ୍ୟ । ଗାଁରେ ରାସ୍ତାଘାଟର ସୁବିଧା ନଥିବାରୁ ମହିଳାମାନଙ୍କ ଦ୍ବାରା ଖଟିଆରେ ବୁହା ହେଲେ ପ୍ରସୂତି ମହିଳା । ଏହାପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଉଥିବାବେଳେ, ରାସ୍ତାରେ ହିଁ ଶିଶୁ ଜନ୍ମ ହୋଇଛି । ବାରମ୍ବାର ଏଭଳି ଘଟଣା ସାମନାକୁ ଆସୁଥିବାବେଳେ, ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଖମୁଡ଼ିହା ଗ୍ରାମରେ ଘଟିଛି ।

ମହିଳାଙ୍କ ଦ୍ଵାରା ଖଟିଆରେ ବୁହା ହେଲେ ପ୍ରସୂତି, ରାସ୍ତାରେ ଜନ୍ମ ହେଲା ଶିଶୁ

ଖମୁଡିହା ଗ୍ରାମର ପୁରୁଣାପାଣି ସାହିର ବିଜୟ ମୁଣ୍ଡୁରୀଙ୍କ ପତ୍ନୀ ନମିତା ମୁଣ୍ଡୁରୀଙ୍କ ପ୍ରସୂତି ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । କିନ୍ତୁ ରାସ୍ତାର ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ହୋଇନଥିଲା । ଗ୍ରାମର ମହିଳାମାନେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ପରେ ୧୦୨ ଆମ୍ବୁଲାନ୍ସ ଯୋଗେଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ବାଟରେ ହିଁ ଶିଶୁ ଜନ୍ମ ନେଇଥିଲା ।

ତେବେ ଦୁର୍ଗମ ରାସ୍ତା ଯୋଗୁଁ ଅନେକ ବିଳମ୍ବ ହେବାରୁ ବାଟରେ ହିଁ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିବା ଅଭିଯୋଗ ହୋଇଛି । ତେବେ ଡାକ୍ତରଖାନା ପହଞ୍ଚିବା ପରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଶିଶୁର ଓଜନ କମ୍ ଥିବାରୁ ତୁରନ୍ତ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.