ETV Bharat / state

ନିଷ୍ଠୁର ସାଜିଲା ମାଆ, ଶିଶୁକନ୍ୟାକୁ 800ଟଙ୍କାରେ ବିକି ଦେଲା - ଶିଶୁକନ୍ୟାକୁ ବିକିଲା ମାଆ

ମାତ୍ର କେଇଟା ଟଙ୍କା ପାଇଁ ନିଷ୍ଠୁର ସାଜିଲା ମାଆ । ନିଜ 8 ମାସର ଶିଶୁକନ୍ୟାକୁ 800ଟଙ୍କାରେ କଲା ବିକ୍ରି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 4, 2023, 5:51 PM IST

Updated : Jul 4, 2023, 10:27 PM IST

ନିଷ୍ଠୁର ସାଜିଲା ମାଆ, ଶିଶୁକନ୍ୟାକୁ 800ଟଙ୍କାରେ ବିକି ଦେଲା

ରାଇରଙ୍ଗପୁର: କଥାରେ ଅଛି ମାଆ ହେଉଛି ସାହା । ମାଆ ନିଜ ଛୁଆକୁ ସବୁ ବିପଦରୁ ଟାଣି ଆଣିଥାଏ । ହେଲେ ଏଠାରେ ମାଆ ସାଜିଛି ପର । ଛୁଆକୁ ବିକ୍ରି କରି ନିଜଠୁ କରିଛି ପର । 8 ମାସର କୋମଳମତୀ ଶିଶୁକୁ ଶେଷରେ 800 ଟଙ୍କାରେ ବିକ୍ରି କରିଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମହୁଲିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମହୁଲିଆ ଗ୍ରାମର ଜନୈକ ମାଆ ନିଜ 8 ମାସର ଶିଶୁକନ୍ୟାକୁ ବିକ୍ରି କରିଦେବା ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ମୁସୁ ମୁର୍ମୁ ଓ ତାଙ୍କ ସ୍ତ୍ରୀ କାର୍ମି ମୁର୍ମୁ ମହୁଲିଆ ଗ୍ରାମର ବାସିନ୍ଦା । ତେବେ ଗରିବ ଖଟିଖିଆ ଶ୍ରେଣୀର ହୋଇଥିବା ଯୋଗୁଁ ମୁସୁ ମୁର୍ମୁ ଘରେ ନିଜ ସ୍ତ୍ରୀ ଓ ଦୁଇ କନ୍ୟା ସନ୍ତାନକୁ ଛାଡି ଦେଇ କାମ ଉଦ୍ଦେଶ୍ୟରେ ତାମିଲନାଡୁ ଯାଇଥିଲେ। ତେବେ ପାଖାପାଖି ଗୋଟିଏ ସପ୍ତାହ ପୂର୍ବରୁ ମୁସୁ ତାମିଲନାଡୁରୁ ନିଜ ଘର ମହୁଲିଆ ଗ୍ରାମକୁ ଆସିଥିଲେ। ହେଲେ ସେଠାରେ ସ୍ତ୍ରୀ ଓ ଦୁଇ କନ୍ୟା ସନ୍ତାନକୁ ପାଇନଥିଲେ । ପରେ ତାଙ୍କ ସ୍ତ୍ରୀ ବାପ ଘରକୁ ଯାଇଥିବା ଜାଣିପାରି ମୁସୁ ମଧ୍ୟ ଶଶୁର ଘର ଅଭିମୁଖେ ବାହାରି ପଡ଼ିଥିଲେ।

ଏହା ବି ପଢନ୍ତୁ- ପେଟର ଭୋକ ଆଗରେ ଫିକା ପଡିଗଲା ମା’ର ମମତା

ଶଶୁର ଘରେ ପହଞ୍ଚି ସ୍ତ୍ରୀ କାର୍ମିଙ୍କ ସହିତ ସୁଖଦୁଃଖ ଆଲୋଚନା ପରେ ନିଜ ସନ୍ତାନମାନଙ୍କୁ ଖୋଜିଥିଲେ ବାପା ମୁସୁ । ହେଲେ ତାଙ୍କ 8 ମାସର କନ୍ୟା ସନ୍ତାନ ଜଣକ ମରିଯାଇଥିବା କହିଥିଲେ ମୁସୁଙ୍କ ସ୍ତ୍ରୀ କାର୍ମି । ପରେ ଗ୍ରାମବାସୀଙ୍କ ନିକଟରୁ କାର୍ମି ନିଜ 8 ମାସର କନ୍ୟା ସନ୍ତାନଟିକୁ ଆଉ କାହାକୁ ବିକ୍ରି କରି ଦେଇଥିବା ଜାଣିବାକୁ ପାଇଥିଲେ ମୁସୁ । ଘଟଣା ସମ୍ପର୍କରେ ଜାଣିବା ପରେ ମୁସୁ ଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖୁଣ୍ଟା ଥାନା ପୋଲିସ ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଘଟଣାର ପର୍ଦ୍ଦାଫାଶ ମଧ୍ୟ କରିଥିଲେ। ପୋଲିସ 8 ମାସର କନ୍ୟା ସନ୍ତାନକୁ ଉଦ୍ଧାର କରିବା ସହ ମା କାର୍ମିଙ୍କ ସହ ଅନ୍ୟ 3 ଜଣଙ୍କୁ ଗିରଫ କରିଛି।

ପୋଲିସର କହିବା ଅନୁସାରେ କାର୍ମିଙ୍କର ପୂର୍ବରୁ ଗୋଟିଏ କନ୍ୟା ସନ୍ତାନ ଥିବା ବେଳେ 8 ମାସ ପୂର୍ବରୁ ଆଉ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା । 2ଟି କନ୍ୟା ସନ୍ତାନକୁ ଦୃଷ୍ଟିରେ ରଖି ଛୋଟ ଶିଶୁକନ୍ୟାଟିକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲା କାର୍ମି । ସେହି ଯୋଜନା ଅନୁସାରେ କାର୍ମି ପ୍ରାୟ ମାସେ ତଳେ ନିଜ ସାନ ଝିଅକୁ ବିପ୍ରଚରଣପୁର ଗ୍ରାମର ଫୁଲମଣି ମାରାଣ୍ଡି ଓ ଅଖିଳ ମାରାଣ୍ଡିଙ୍କୁ ବିକି ଦେଇଥିଲା । ହେଲେ ଏହି ବିକ୍ରି ଘଟଣାରେ ମଧ୍ୟସ୍ଥି ସାଜିଥିଲେ ମାହି ମୁର୍ମୁ । ତେବେ ଖୁଣ୍ଟା ଥାନା ପୋଲିସ ଶିଶୁ କନ୍ୟାଟିକୁ ଉଦ୍ଧାର କରି ବାପା ମୁସୁଙ୍କୁ ହସ୍ତାନ୍ତର କରିଥିବା ବେଳେ ଏକ ମାମଲା ରୁଜୁ କରି ଏହି ଘଟଣାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jul 4, 2023, 10:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.