ETV Bharat / state

ମୟୂରଭଞ୍ଜରେ 28 ନୂଆ ମାମଲା ସହ ମୋଟ ଆକ୍ରାନ୍ତ ସଂଖ୍ୟା 581କୁ ବୃଦ୍ଧି - ମୟୂରଭଞ୍ଜରେ କୋରୋନା ସ୍ଥିତି

ଜିଲ୍ଲାରେ ସୋମବାର ପୁଣି 28 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 581ରେ ପହଞ୍ଚିଛି । ସେଥି ମଧ୍ୟରୁ 428 ଜଣ ସୁସ୍ଥ ହୋଇସାରିଥିବା ବେଳେ 153 ଆକ୍ରାନ୍ତ ଏବେ ବି ସକ୍ରିୟ ରହିଛନ୍ତି ।

mayurbhanj latest news, corona situation in mayurbhanj, corona update in mayurbhanj, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ କୋରୋନା ସ୍ଥିତି, ମୟୂରଭଞ୍ଜରେ କୋରୋନା ଅପଡେଟ
ମୟୂରଭଞ୍ଜରେ 28 ନୂଆ ମାମଲା ସହ ମୋଟ ଆକ୍ରାନ୍ତ ସଂଖ୍ୟା 581କୁ ବୃଦ୍ଧି
author img

By

Published : Jul 27, 2020, 11:20 PM IST

ବାରିପଦା: ଜିଲ୍ଲାରେ ସୋମବାର ପୁଣି 28 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 581ରେ ପହଞ୍ଚିଛି । ସେଥି ମଧ୍ୟରୁ 428 ଜଣ ସୁସ୍ଥ ହୋଇସାରିଥିବା ବେଳେ 153 ଆକ୍ରାନ୍ତ ଏବେ ବି ସକ୍ରିୟ ରହିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ମୟୂରଭଞ୍ଜରେ 28 ନୂଆ ମାମଲା ସହ ମୋଟ ଆକ୍ରାନ୍ତ ସଂଖ୍ୟା 581କୁ ବୃଦ୍ଧି

ତେବେ ସଦ୍ୟ ଚିହ୍ନଟ 28 ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ କ୍ବାରେଣ୍ଟାଇନ ସେଣ୍ଟର, 3 ଜଣ ହୋମ କ୍ବାରେଣ୍ଟାଇନ, 17 ଜଣ ସ୍ଥାନୀୟ ଅଞ୍ଚଳ ଏବଂ 6 ଜଣ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ କପ୍ତିପଦା, କୁଳିଅଣା, କୁସୁମୀ, ଶୁକିଆପଦା, ମରୋଡା, ଖୁଣ୍ଟା ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ବେତନଟୀ ଓ ଜଶିପୁରରୁ 2 ଜଣ ଲେଖାଏଁ, ରରୁଆଁ, ଉଦଳାରୁ 3 ଜଣ ଲେଖାଏଁ ଏବଂ ଶ୍ୟାମଖୁଣ୍ଟା, ଶୁକୃଳି ଓ ବାରିପଦା ସହରରୁ 4 ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେପଟେ କ୍ବାରେଣ୍ଟାଇନ ସେଣ୍ଟର ଏବଂ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ 5 ଜଣଙ୍କ ମଧ୍ୟରୁ କର୍ଣ୍ଣାଟକରୁ ଜଣେ, ହରିୟାଣାରୁ ଜଣେ ଏବଂ ତାମିଲନାଡୁରୁ 3 ଜଣ ଫେରିଥିବା ଜଣାପଡିଛି । ତେବେ ଚିକିତ୍ସା ପାଇଁ ସମସ୍ତ 28 ଜଣଙ୍କୁ ବାଙ୍କିସୋଲସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.