ETV Bharat / state

ପ୍ରେମ ରାସ୍ତାରେ କଣ୍ଟା ସାଜିଲା ସ୍ବାମୀ, ପ୍ରେମିକ ସହ ମିଶି ରାସ୍ତାରୁ ହଟାଇଲା ସ୍ତ୍ରୀ - ମୟୂରଭଞ୍ଜ ଯୁବକଙ୍କୁ ହତ୍ଯା ଘଟଣା

ମୟୂରଭଞ୍ଜ ଜିଲ୍ଲା ୪୯ ନଂ ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ପରକୀୟା ପ୍ରୀତି ଯୋଗୁଁ ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ । ଏହି ଘଟଣାରେ ସ୍ତ୍ରୀ ସମେତ ୩ଜଣଙ୍କୁ ଗିରଫ କଲା ବିଶୋଇ ଥାନା ପୋଲିସ । ଅଧିକ ପଢନ୍ତୁ

ପ୍ରେମ ରାସ୍ତାରେ କଣ୍ଟା ସାଜିଲା ସ୍ବାମୀ
ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀ ରଚିଥିଲା ହତ୍ୟାକାଣ୍ଡ
author img

By

Published : Dec 2, 2022, 12:51 PM IST

Updated : Dec 2, 2022, 1:33 PM IST

ରାଇରଙ୍ଗପୁର: ଜିଲ୍ଲା ୪୯ ନଂ ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ରହସ୍ୟ ଉପରୁ ପରଦା ହଟାଇଲା ପୋଲିସ । ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀ ସ୍ବାମୀକୁ କରିଥିଲା ହତ୍ୟା । ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି । ଏହି ଘଟଣାରେ ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କରିଲା ବିଶୋଇ ଥାନା ପୋଲିସ ।

ପ୍ରେମ ରାସ୍ତାରେ କଣ୍ଟା ସାଜିଲା ସ୍ବାମୀ

ଗତ ୨୦ ତାରିଖ ଦିନ ସକାଳ ପ୍ରାୟ ୮ଟା ୩୦ ସମୟରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଛକ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡ଼ରେ ଜଣେ ଅଜଣା ଯୁବକଙ୍କ ତଣ୍ଟି କଟା ମୃତଦେହ ଉଦ୍ଧାର କରାଯାଇଥିଲା । ବିଶୋଇ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିଛି । ପରବର୍ତ୍ତୀ ସମୟରେ ମୃତକ ଜଣକ ଢେଙ୍କାନାଳ ଜିଲ୍ଲା କେନ୍ଦୁପଡା ଗ୍ରାମର ପୁରେନ୍ଦ୍ର ନାୟକ ବୋଲି ଜଣା ପଡିଥିଲା । ତେବେ ଘଟଣାର ଛାନଭିନରୁ ପରକୀୟା ପ୍ରୀତି ଯୋଗୁଁ ଏପରି ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ଓ ଏହି ହତ୍ୟା ଘଟଣାରେ ସଂପୃକ୍ତ ମୃତକଙ୍କ ସ୍ତ୍ରୀ, ତାଙ୍କ ପ୍ରେମିକ ଓ ଜଣେ ଡ଼୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି ବିଶୋଇ ଥାନା ପୋଲିସ ।

ଏହା ମଧ୍ୟ ପଢନ୍ତୁ: ସାଉଥ୍‌ରେ ଦମନ କ୍ରେଜ୍‌, ଫିଲ୍ମର ପ୍ରଶଂସା କଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ହତ୍ୟା ଘଟଣାରେ ବ୍ୟବହାର କରିଥିବା ଏକ ହୁଣ୍ଡାଇ କାର ଜବତ କରିବା ସହ ଆଜି ତିନି ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଖରଖରୀ ଗ୍ରାମର ଉମେଶ ମହାନ୍ତ ନାମକ ଜନୈକ ଶିକ୍ଷକ ଓ ମୃତ ପୁରେନ୍ଦ୍ର ନାୟକଙ୍କ ସ୍ତ୍ରୀ ସେବତୀ ନାୟକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏଥିପାଇଁ ପୁରେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବା ପାଇଁ ଉଭୟେ ଯୋଜନା କରିଥିଲେ । ଏଥିରେ ଢେଙ୍କାନାଳ ଜିଲ୍ଲା ଗୋଡିସାହିର ଲିଟୁ ପରିଡ଼ା ନାମକ ଜନୈକ କାର ଡ୍ରାଇଭର ସେମାନଙ୍କୁ ସହଯୋଗ କରିଥିଲେ । ଯୋଜନା ମୁତାବକ ପୁରେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ଓ ଉମେଶ ମହାନ୍ତ ଏକ OD20B3333 ନଂ ବିଶିଷ୍ଟ ହୁଣ୍ଡାଇ ଏକସେଣ୍ଟ କାର ଯୋଗେ ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଛକ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥକୁ ଆଣିଥିଲେ।

ସେଠାରେ ରାସ୍ତା କଡ଼ରେ ପୁରେନ୍ଦ୍ରଙ୍କୁ ମଦ ପିଆଇ କାର ଚାଳକ ଲିଟୁ ପରିଡ଼ାର ସହଯୋଗରେ ଉମେଶ ମହାନ୍ତ ଏକ ଧାରୁଆ ଛୁରୀ ସାହାଯ୍ୟରେ ପୁରେନ୍ଦ୍ରର ତଣ୍ଟି କାଟି ହତ୍ୟା କରିଥିଲେ ଓ ସେଠାରେ ମୃତଦେହ ଫୋପାଡ଼ି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ତେବେ ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଏସଡିପିଓଙ୍କ ଦ୍ଵାରା ଗଠିତ ପୋଲିସର ଟିମ୍ ଶେଷରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବାରେ ସକ୍ଷମ ହୋଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Dec 2, 2022, 1:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.