ETV Bharat / state

ଗଳା କାଟି ମହିଳାଙ୍କୁ ହତ୍ୟା, ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି

author img

By

Published : Aug 2, 2021, 3:28 PM IST

ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଜଣେ ବିଧବା ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଗଳା କାଟି ବିଧବା ମହିଳାଙ୍କୁ ହତ୍ୟା, ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଟିଲୁ ସାହିରେ ଗତକାଲି(ରବିବାର) ବିଳମ୍ବିତ ରାତ୍ରିରେ ଏକ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ଗଳା କାଟି ମହିଳାଙ୍କୁ ହତ୍ୟା, ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି

ମୃତକ ବିଧବା ମହିଳା ଜଣକ ହେଉଛନ୍ତି ଟିଲୁ ସାହିର ବାସନ୍ତୀ ପୂର୍ତ୍ତି(୫୫) । ଘରର ସମସ୍ତ ସଦସ୍ୟ ଶୋଇଥିବାବେଳେ କେହି ଅଜଣା ଦୁବୃର୍ତ୍ତ ଆସି ବାସନ୍ତୀଙ୍କ ବେକ କାଟି ହତ୍ୟା କରିଛି । ଏହି ଖବରଟି ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ଘଟଣାସ୍ଥଳରେ ରରୁଆଁ ଥାନା ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି ।

ସେପଟେ ବିଧବା ମହିଳାଙ୍କ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ପାଇଁ ବାରିପଦାରୁ ଏକ ସାଇଣ୍ଟିଫିକ ଟିମ ଆସିବ ବୋଲି ସୂଚନା ଦେଇଛନ୍ତି ରରୁଆଁ ଥାନା ଅଧିକାରୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.