ETV Bharat / state

ଏଥର କାହା ମୁଣ୍ଡରେ ମୋରଡା ମୁକୁଟ ? - CONGRESS

ଫୋକସରେ ମୋରଡା ନିର୍ବାଚନ ମଣ୍ଡଳୀ। ଏଥର ଏଠି ହେବ ହାଇଭୋଲଟେଜ୍ ଟକ୍କର । ମୈଦାନରେ 13 ପ୍ରାର୍ଥୀ। ବିଜେପି, ବିଜେଡି, କଂଗ୍ରେସ ଓ ଜେଏମଏମ ମଧ୍ୟରେ ହେବ ଘମାଘୋଟ ଲଢେଇ। ଚାଲିଛି ଜୋରସୋରରେ ପ୍ରଚାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Apr 16, 2019, 5:15 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମୋରଡା ରାଜ୍ୟର 34 ନମ୍ବର ବିଧାନସଭା ଆସନ। ମୟୂରଭଞ୍ଜର ଏହା ହେଉଛି ଏକମାତ୍ର ଅଣସଂରକ୍ଷିତ ଆସନ। 2009ରେ ନୂଆ କରି ଗଠିତ ହୋଇଥିଲା ଏହି ନିର୍ବାଚନ ମଣ୍ଡଳୀ । ଦୁଇଥର ହେଲା ବିଜେଡି ପ୍ରାର୍ଥୀ ତଥା ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏଠାରୁ ବିଜୟୀ ହୋଇଛନ୍ତି। ହେଲେ ଏଥର ବିଜେପି ଛାଡି ଶଙ୍ଖ ଧରିଥିବା ରାଜକିଶୋର ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ରାଜକିଶୋର ଥରେ ବାରିପଦା ଏବଂ ଦୁଇଥର ମୋରଡାରୁ ବିଜେପି ଟିକେଟରେ ଲଢି ହାରିଛନ୍ତି । ଏପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଦଳର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଜିଲ୍ଲାରେ ଉଭୟ ଲୋକସଭା ଏବଂ ବିଧାନସଭା ଆସନ ପାଇଁ କଂଗ୍ରେସ ଓ ଜେଏମଏମ ମେଣ୍ଟକରି ମୈଦାନକୁ ଓହ୍ଲାଇଛନ୍ତି। ହେଲେ ମୋରଡାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉଭୟ ଦଳ ଏଠି ପ୍ରାର୍ଥୀ ଦେଇଛନ୍ତି । 2014ର ଦଳୀୟ ପ୍ରାର୍ଥୀ ହୋଇଥିବା ପ୍ରଭାସ କର ମହାପାତ୍ରଙ୍କୁ ଏଥର ବି ପ୍ରାର୍ଥୀ କରିଛି କଂଗ୍ରେସ । ଅନ୍ୟପଟେ ପୂର୍ବଥର ଆମ ଓଡିଶାରୁ ପ୍ରାର୍ଥୀ ହୋଇଥିବା କଳିଙ୍ଗ କେଶରୀ ଜେନା ଜେଏମଏମରୁ ଲଢୁଛନ୍ତି ।

ମୋରଡା ମଇଦାନରେ 13 ଯୋଦ୍ଧା । ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ତୁଳନାରେ ଏଠି ରହିଛନ୍ତି ଅଧିକ ପ୍ରାର୍ଥୀ । ଲଢେଇ ତ ଘମାଘୋଟ ହେବ ନିଶ୍ଚୟ । ହେଲେ କିଏ ବିଜୟୀ ହେବ ? ଜନତା ଜନାର୍ଦ୍ଦନ କହିବେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.