ETV Bharat / state

ଚୋରା ମଦ ତିଆରି ବେଳେ ଅବକାରୀ ବିଭାଗର ଚଢାଉ - excise department

ବାମନଘାଟି ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଚୋରା ମଦ ରନ୍ଧା ଚାଲିଥିବାବେଳେ, ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ରନ୍ଧା ସାମଗ୍ରୀ ଜବତ ହୋଇଛି । ଅଧିକ ପଢନ୍ତୁ...

ଚୋରୋ ମଦ ତିଆରି ବେଳେ ଅବକାରୀ ବିଭାଗର ଚଢାଉ
ଚୋରୋ ମଦ ତିଆରି ବେଳେ ଅବକାରୀ ବିଭାଗର ଚଢାଉ
author img

By

Published : Aug 20, 2020, 3:44 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଚୋରା ମଦ ତିଆରି ଚାଲିଥିବାବେଳେ ସେମାନଙ୍କ ଉପରେ ଲଗାମ କଷିବା ନେଇ ଆକ୍ସନ ମୋଡରେ ରାଇରଙ୍ଗପୁର ଅବକାରୀ ବିଭାଗ ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ବିଭାଗର ପକ୍ଷରୁ ପିଠାକୁଟୁଣି, ବୁଡାଦର ଓ ଦଳବେଡା ଗ୍ରାମରେ ଚଢାଉ କରାଯାଇଛି । ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ଟିମ ସହ ଚଢାଉ କରି ବ୍ୟାପକ ପରିମାଣର ମଦ ରନ୍ଧା ସରଞ୍ଜାମ ଜବତ କରିଛନ୍ତି । ଏହାସହ ୧୪୨ ଲିଟର ଦେଶୀ ମଦ ଜବତ କରିଛନ୍ତି ।

ଚୋରୋ ମଦ ତିଆରି ବେଳେ ଅବକାରୀ ବିଭାଗର ଚଢାଉ

ଏହା ସହିତ ତିନୋଟି ସ୍ଥାନରେ ମୋଟ ୪୪୦୦ କିଗ୍ରା ମହୁଲ ପୋଚ ଓ ମଦ ତିଆରି ପାଇଁ ବ୍ୟବହୃତ ଚୁଲି ଗୁଡିକୁ ନଷ୍ଟ କରାଯାଇ ଥିବାବେଳେ ଚୋରାରେ ମଦ ପ୍ରସ୍ତୁତ କରୁଥିବା ମଦ ମାଫିଆମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.