ETV Bharat / state

ପିଇବାକୁ ମିଳୁନି ବିଶୁଦ୍ଧ ପାନୀୟ ଜଳ, ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇଲେ ଗ୍ରାମବାସୀ - ଗ୍ରାମରେ ମିଳୁନି ପାନୀୟ ଜଳ

ମୟୂରଭଞ୍ଜ ଭାଲୁକି ପଞ୍ଚାୟତରେ ପିଇବାକୁ ମିଳୁନି ପାଣି । ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ । ଦାବି ପୂରଣ ନହେଲେ ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ପିଇବାକୁ ମିଳୁନି ବିଶୁଦ୍ଧ ପାନୀୟ ଜଳ, ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇଲେ ଗ୍ରାମବାସୀ

author img

By

Published : Nov 12, 2022, 7:20 AM IST

Updated : Nov 12, 2022, 8:51 AM IST

ବାରିପଦା: ଆଜିର ଦିନରେ ମଧ୍ୟ ଗ୍ରାମରେ ମିଳୁନି ପାନୀୟ ଜଳ । ଲୋକେ ନିଜର ଶୋଷ ମେଣ୍ଟାଇବା ପାଇଁ ନିର୍ଭର କରୁଛନ୍ତି ଝରଣାର ଜଳ ଉପରେ । ବିଶୁଦ୍ଧ ପାନୀୟ ଜଳ ନପାଇ ଗ୍ରାମବାସୀ ବିଭିନ୍ନ ରୋଗର ମଧ୍ୟ ଶିକାର ହେଉଛନ୍ତି । ବିଶୁଦ୍ଧ ପିଇବା ପାଣି ଅଭାବରୁ ଅନୁପଯୋଗୀ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟା ବ୍ଲକ ଅନ୍ତର୍ଗତ ଭାଲୁକି ପଞ୍ଚାୟତର ଆମ୍ବଡାଳୀ ମହାଲୀ ସାହି ଓ ନୂଆସାହି ଗ୍ରାମରୁ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଶ୍ୟାମଖୁଣ୍ଟା ବ୍ଲକ ଭାଲୁକି ପଞ୍ଚାୟତ ଆମ୍ବଡାଳୀ ମହାଲୀ ସାହି ଓ ନୂଆସାହି ଗ୍ରାମବାସୀଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଯୋଜନା ଦୁଇ ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉନଥିବାରୁ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଗ୍ରାମର ଶତାଧିକ ମହିଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଦୁଇ ଦିନ ମଧ୍ୟରେ ପାନୀୟ ଜଳ ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ପୂରଣ ନହେଲେ ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।

ପିଇବାକୁ ମିଳୁନି ବିଶୁଦ୍ଧ ପାନୀୟ ଜଳ, ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇଲେ ଗ୍ରାମବାସୀ

ସୂଚନା ଅନୁଯାୟୀ, ଦୁଇଟି ଗ୍ରାମରେ ପାଖାପାଖି ୩୫୦ରୁ ଊର୍ଦ୍ଧ୍ବ ପରିବାରରେ ୧୨ ଶହରୁ ଅଧିକ ଲୋକ ବସବାସ କରନ୍ତି । ୪ ଓ ୫ନଂ ଦୁଇଟି ୱାର୍ଡରେ ୩ଟି ନଳକୂପ ଅଚଳ ହୋଇ ରହିଥିବାବେଳେ, ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଥିବା ସୋଲାର ଟାଙ୍କିର ପାଣି ସମସ୍ତଙ୍କୁ ନିଅଣ୍ଟ ହେଉଛି । ଅଚଳ ନଳକୂପ ସଜାଡିବା ପରେ ବହାରୁଥିବା ପାଣି ବ୍ୟବହାର ଅନୁପଯୋଗୀ ହୋଇଥାଏ । ଆଇରନ ଯୁକ୍ତ ପାଣି ପିଇବା ଅନୁପଯୋଗୀ ହୋଇଥିବାବେଳେ, ତାହା ରୋଷେଇରେ ମଧ୍ୟ ବ୍ୟବହାର କରିହେଉନାହିଁ । ବର୍ଷ ତମାମ ପାନୀୟ ଜଳର ସଙ୍କଟ ଲାଗି ରହୁଥିବାବେଳେ, ପଞ୍ଚାୟତ କିମ୍ବା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଗ୍ରାମର ମହିଳାମାନେ ଅଭିଯୋଗରେ ଦର୍ଶାଇଛନ୍ତି ।

ବିଶୁଦ୍ଧ ପାନୀୟ ଜଳ ପାଇବା ଆଶାରେ ଗ୍ରାମର ମହିଳାମାନେ ଚାଷଜମି ଓ ଝରଣାରୁ ପିଇବା ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି । ଅସ୍ବାସ୍ଥ୍ୟକର ପରିବେଶରୁ ଆଣୁଥିବା ପାଣି ପିଇବା ଦ୍ବାରା ଗ୍ରାମରେ ହଇଜା, ଝାଡାବାନ୍ତି ଓ ଜ୍ବର ଭଳି ଅନେକ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି । ଦୀର୍ଘ ୫ବର୍ଷ ଧରି ପାନୀୟ ଜଳ ସଙ୍କଟ ଲାଗି ରହିଥିଲେ ହେଁ ବିଭାଗୀୟ ଅଧିକାରୀ କିମ୍ବା ଲୋକ ପ୍ରତିନିଧିମାନେ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି । ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Nov 12, 2022, 8:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.