ETV Bharat / state

ପାଣି ପାଇଁ ଗରା ବାଲଟି ଧରି ରାସ୍ତାରେ ବସିଲେ ଗାଁ ଲୋକେ

ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ମହୁଲିଆ ଗାଁରେ ପିଇବା ପାଣି ନମିଳିବାରୁ ରାସ୍ତାରୋକ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ପାଣି ପାଇଁ ରାସ୍ତା ରୋକ, ଗରା ବାଲଟି ଧରି ରାସ୍ତାରେ ବସିଲେ ମହିଳା ଓ ପୁରୁଷ

author img

By

Published : Apr 4, 2022, 3:35 PM IST

ବାରିପଦା: ଖରା ଦିନ ନଆସୁଣୁ ବାରିପଦା ସହର ଆଖପାଖରେ ଦେଖିବାକୁ ମିଳିଛି ଜଳକଷ୍ଟ । ଖରା ଦିନରେ ସ୍ବଚ୍ଛ ପିଇବା ପାଣି ପାଇଁ ଡହଳ ବିକଳ ହେଲେଣି ଲୋକେ । ଦୀର୍ଘ ଦିନହେଲା ପାଣି ନପାଇବାରୁ ଉତ୍ୟକ୍ତ ଲୋକେ ଆଜି(ସୋମବାର) ରାସ୍ତାରେ ଗରା, ବାଲଟି ଧରି ରାସ୍ତା ରୋକ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ମହୁଲିଆ ଗାଁରେ ।

ପାଣି ପାଇଁ ରାସ୍ତା ରୋକ, ଗରା ବାଲଟି ଧରି ରାସ୍ତାରେ ବସିଲେ ମହିଳା ଓ ପୁରୁଷ

ସୂଚନା ଅନୁସାରେ ଗ୍ରାମରେ ବସୁଧା ଯୋଜନାରେ ଦୁଇବର୍ଷ ହେଲା ପାଣି ଟାଙ୍କି ନିର୍ମାଣ କରାଯାଇ ଘରକୁ ପାଣି ପାଇପ ସଂଯୋଗ ହୋଇଥିଲେ ସୁଦ୍ଧା ପାଣି ପାଇନାହାନ୍ତି ଗ୍ରାମବାସୀ । ଏନେଇ ସେମାନେ ପୂର୍ବରୁ ଉପରିସ୍ଥ ଅଧିକାରୀ ଓ ସରପଞ୍ଚକୁ ଅଭିଯୋଗ କରିଥିଲେ ବି କିଛି ସୁଫଳ ନମିଳିବାରୁ ଗ୍ରାମର ମହିଳା ଓ ପୁରୁଷ ରାସ୍ତା ଉପରେ ବସି ପ୍ରତିବାଦ କରୁଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.