ETV Bharat / state

ବୃକ୍ଷ ରୋପଣ ନାଁରେ ଗଛ କଟାକୁ ଗ୍ରାମବାସୀଙ୍କ ବିରୋଧ - ମୟୂରଭଞ୍ଜ ବୃକ୍ଷ ରୋପଣ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଠାକୁରମୁଣ୍ଡା ପଞ୍ଚାୟତ ଜାମୁନଳିଆ ଗ୍ରାମର ସଂରକ୍ଷିତ ଜଙ୍ଗଲ ଭିତରେ ବନବିଭାଗ ଜାଇକା ପ୍ରୋଜେକ୍ଟ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜଙ୍ଗଲ ଭିତରେ ଥିବା ଗଛ ଗୁଡିକୁ ବନବିଭାଗ କାଟି ଦେଉଥିବାରୁ ଜମୁନାଳିଆ ଗ୍ରାମବାସୀ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ବୃକ୍ଷ ରୋପଣ ନାଁରେ ଗଛ କଟାକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : May 9, 2021, 8:10 PM IST

Updated : May 10, 2021, 5:00 PM IST

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଠାକୁରମୁଣ୍ଡା ପଞ୍ଚାୟତ ଜାମୁନଳିଆ ଗ୍ରାମର ସଂରକ୍ଷିତ ଜଙ୍ଗଲ ଭିତରେ ବନବିଭାଗ ଜାଇକା ପ୍ରୋଜେକ୍ଟ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜଙ୍ଗଲ ଭିତରେ ଥିବା ଗଛ ଗୁଡିକୁ ବନବିଭାଗ କାଟି ଦେଉଥିବାରୁ ଜମୁନାଳିଆ ଗ୍ରାମବାସୀ ବିରୋଧ କରିଛନ୍ତି । ଏଥିସହିତ ଜମୁନାଳିଆ ଗ୍ରାମରେ ହେଉଥିବା କାର୍ଯ୍ୟକୁ ଅନ୍ୟ ଗ୍ରାମପଞ୍ଚାୟତ ଓ ଅନ୍ୟ ଏକ ଗ୍ରାମର ନାମକୁ ନାମଫଳକରେ ବିଭାଗ ପକ୍ଷରୁ ଲେଖାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

ବୃକ୍ଷ ରୋପଣ ନାଁରେ ଗଛ କଟାକୁ ଗ୍ରାମବାସୀଙ୍କ ବିରୋଧ

ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜମୁନାଳିଆ ଗ୍ରାମ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ବଡ ଗଛ ନଥିବା ସ୍ଥାନରେ ବନବିଭାଗ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟ ହାତକୁ ନେଇ କାର୍ଯ୍ୟ ଆରମ୍ଭ କରିଛି । ବୃକ୍ଷ ରୋପଣ କରିବାକୁ ଯାଇ ବନ ବିଭାଗ ଜଙ୍ଗଲରେ ଥିବା ଛୋଟ ବଡ ଗଛ ଗୁଡ଼ିକୁ କାଟି ସଫା କରି ଦେଉଛନ୍ତି । ଜମୁନାଳିଆ ଗ୍ରାମ ସୀମାରେ ବିଭାଗ କାମ କରୁଥିବା ବେଳେ ଗ୍ରାମବାସୀଙ୍କ ପରାମର୍ଶ ନନେଇ କିମ୍ବା ଗ୍ରାମସଭା ନକରି କାର୍ଯ୍ୟ କରିବା ସହିତ ଗ୍ରାମରେ ବାହାର ଶ୍ରମିକଙ୍କୁ ନେଇ ବୃକ୍ଷ ରୋପଣ ପାଇଁ ଗାତ ଖୋଳା ଯାଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଅପରପକ୍ଷରେ ଏ ସମ୍ପର୍କରେ ବୃକ୍ଷ ରୋପଣ ଦାୟିତ୍ୱରେ ଥିବା ମିଟୁଆଣି ଫୋରେଷ୍ଟର ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ଭଲ ଛୋଟ ଗଛ ଗୁଡିକୁ ଶୀଘ୍ର ବଢିବା ପାଇଁ ଛୋଟଛୋଟ ଅନାବନା ଗଛ ଗୁଡିକୁ କଟା ଯାଉଛି । ଜଙ୍ଗଲ ଭିତରେ କୌଣସି ବଡ ଗଛକୁ ବିଭାଗ କାଟୁନାହିଁ ବୋଲି ବନବିଭାଗ ପ୍ରକାଶ କରିଛି । ତେବେ ଏ ସଂପର୍କରେ ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ ଜାମୁନାଳିଆ ଗାଁରେ ବିଭାଗର କୌଣସି କାମ ହେଉନାହିଁ ଏବଂ ପାଖ ଜଙ୍ଗଲ ମିଟୁଆଣି ସେକ୍ସନ ଦ୍ବାରା ଜଙ୍ଗଲ ସ୍କାନିଂ ଚାଲିଛି ଓ ଫାଙ୍କା ସ୍ଥାନରେ ଗଛ ଲଗାଯିବ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : May 10, 2021, 5:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.