ETV Bharat / state

ଅଙ୍ଗନବାଡି ସହାୟିକା ଚୟନରେ ଚଞ୍ଚକତା, ଗ୍ରାମବାସୀଙ୍କ ବିରୋଧ - ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା

ଅଙ୍ଗନବାଡି ସହାୟିକା ଚୟନ ପ୍ରକ୍ରିୟାରେ ଚଞ୍ଚକତା ଅଭିଯୋଗ ଆଣିଲେ ଗ୍ରାମବାସୀ । ୮ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା । ଅଧିକ ପଢନ୍ତୁ

irregularities in Anganwadi helper Selection

author img

By

Published : Jun 9, 2023, 11:03 AM IST

ରାଇରଙ୍ଗପୁର: ଅଙ୍ଗନବାଡି ସହାୟିକା ଚୟନ ପ୍ରକ୍ରିୟାରେ ଚଞ୍ଚକତା ଅଭିଯୋଗ । ଅନ୍ୟ କେହି ନୁହଁ ବରଂ ଅଙ୍ଗନବାଡି କର୍ମୀଙ୍କ ଝିଅ ମାନଙ୍କୁ ଦିଆଯାଉଛି ନିଯୁକ୍ତି । ଯାହାକୁ ବିରୋଧ କରି ଅଙ୍ଗନବାଡିରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ହାତୀକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଡ଼ିହି ଗ୍ରାମରୁ । ଅଙ୍ଗନବାଡି ସହାୟିକା ପଦରେ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟାରେ ଚଞ୍ଚକତା ହୋଇଥିବା ନେଇ ଶତାଧିକ ପୁରୁଷ ଓ ମହିଳା ବାରିପଦା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସିଡିପିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ 1 ତାରିଖରୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲୁଥିବା ସୂଚନା ମିଳିଛି ।

ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ନୂଆଡ଼ିହି ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ପଦବୀର ଚୟନ ପ୍ରକ୍ରିୟାକୁ ଅଙ୍ଗନବାଡି କେନ୍ଦ୍ର ତରଫରୁ ଗୋପନୀୟ ରଖାଯାଇଛି । ତାସହ ସେଠାରେ କାର୍ଯ୍ୟ କରୁଥିବା ଅଙ୍ଗନବାଡି କର୍ମୀଙ୍କ ଝିଅ ମାନଙ୍କୁ ଚୟନ କରାଯାଉଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଠ ଦିନ ହେବ ଗାଁ ଲୋକେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଗ୍ରାମବାସୀ ଶେଷରେ ଗତକାଲି ବାରିପଦା ବ୍ଲକ କାର୍ଯ୍ୟାଳୟ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଜନୈକ ବିଧବା ମହିଳା ଝୁନି ମହାନ୍ତଙ୍କୁ ଅଙ୍ଗନବାଡ଼ି ସହକର୍ମୀ ଭାବେ ଚୟନ କରିବା ପାଇଁ ନିବେଦନ କରିଥିଲେ ଗ୍ରାମବାସୀ । କାରଣ ଝୁନି ମହାନ୍ତଙ୍କ ସ୍ୱାମୀଙ୍କର ଆକସ୍ମିକ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଓ ଶାଶୁ ମଧ୍ୟ ରହିଛନ୍ତି । ଏପରି ସମୟରେ ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡିଛି । ତେଣୁ ଝୁନିଙ୍କୁ ଏହି ପଦବୀରେ ନିଯୁକ୍ତ କରାଗଲେ ସେ ସୁରୁଖୁରୁରେ ପରିବାର ଚଳାଇବାରେ ସକ୍ଷମ ହୋଇ ପାରିବେ ବୋଲି ଗ୍ରାମବାସୀ କହିଥିଲେ । କିନ୍ତୁ ଝୁନୁଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆନଯିବାରୁ ଅଙ୍ଗନବାଡିରେ ଗତ ଜୁନ 1 ତାରିଖରୁ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ ।

ଏହାପରେ ଗତକାଲି ବାରିପଦା ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ସିଡିପିଓଙ୍କୁ ଦାବିପତ୍ର ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ଆଗାମୀ ଦିନରେ ଚୟନ ପ୍ରକ୍ରିୟାରେ ଝୁନିଙ୍କୁ ଯଦି ଅଙ୍ଗନବାଡ଼ି ସହାୟିକା ପଦ ନ ମିଳେ ତେବେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ଏ ସମ୍ପର୍କରେ ସିଡ଼ିପିଓ ଟୁକୁ ପଟ୍ଟନାୟକଙ୍କୁ ପଚାରିବାରୁ ସହାୟିକା ପଦରେ କାହାକୁ ନିଯୁକ୍ତି ଦିଆ ଯାଇ ନଥିବା ସହିତ ଚୟନ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.