ମୟୂରଭଞ୍ଜ: ନିର୍ବାଚନୀ ପ୍ରଚାରରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳର ନେତାଗଣ । ପ୍ରଚାର ମାଧ୍ୟମରେ ନିଜ ନିଜ ଦଳ ପାଇ ଭୋଟ ମାଗୁଛନ୍ତି ସେମାନେ । ଏହିକ୍ରମରେ ଆଜି(ଗୁରୁବାର) ମୟୂରଭଞ୍ଜର ବାରିପଦାରେ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।
ସେ ରାଜ୍ୟର ଚର୍ତୁଥ ପର୍ଯ୍ୟାୟର ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ପାଇଁ ବାରିପଦାରେ ପହଞ୍ଚିଛନ୍ତି । ସେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଭୟ କଂଗ୍ରେସ ଓ ବିଜେଡି ସରକାରଙ୍କୁ ବର୍ଷିଥିଲେ । ଉଭୟ ଓଡିଶା ଓ କେନ୍ଦ୍ରରେ ବିଜେପିକୁ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଗଢିବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହାସହ ସେ ବିଜେଡିକୁ ଟାର୍ଗେଟ କରି କହିଛନ୍ତି ଯେ, 19 ବର୍ଷ ବିଜେଡି ଶାସନ କାଳରେ ଓଡିଶା ବିକାଶ ହୋଇନାହିଁ । ଓଡିଶାରେ ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ କ୍ଷେତ୍ରରେ ପଛୁଆ ରହିଛି । ବିଜେପି ଆସିଲେ ଏ ସବୁ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ।
ବିଜେପିର ଏହି ବିଜୟ ସଂକଳ୍ପ ସମାବେଶରେ ମୋରଡା ନିର୍ବାଚନ ମଣ୍ଡଳୀର ଦଳର ବିଧାୟକ ପ୍ରାର୍ଥୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବାରିପଦା ନିର୍ବାଚନ ମଣ୍ଡଳୀର ପ୍ରକାଶ ସରେନ, ଉଦଳା ନିର୍ବାଚନ ମଣ୍ଡଳୀର ଭାସ୍କର ମଢେଇ ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀର ସୁକୁଦା ମୁର୍ମୁ ଓ ଲୋକସଭା ପ୍ରାର୍ଥୀ ବିଶେଶ୍ବର ଟୁଡୁ ଯୋଗ ଦେଇଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ