ବାରିପଦା: ପୋଖରୀରେ ବୁଡି 2 ସମ୍ପର୍କୀୟ ଯାଆ ମୃତ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ମାକୁନ୍ଦ ଗାଁରେ ଘଟିଛି ଅଘଟଣ । 2ଜଣ ସମ୍ପର୍କୀୟ ଯାଆ ନିଜ ଘର ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ।
ସୂଚନାନୁଯାୟୀ, ମଙ୍ଗଳବାର ଦ୍ବିପ୍ରହରରେ 2ଜଣ ଯାଆ ନିଜ ଘର ପାଖ ପୋଖରୀକୁ ସାଙ୍ଗ ହୋଇ ଗାଧେଇବା ପାଇଁ ଯାଇଥିଲେ ତେବେ ଜଣେ ଯାଆ ପୋଖରୀ ଭିତରକୁ ଯାଇଥିବା ବେଳେ ବୁଡି ଯାଉଥିବା ଦେଖି ଅନ୍ୟଜଣେ ଯାଆ ଉଦ୍ଧାର ପାଇଁ ପୋଖରୀ ଭିତରକୁ ଯାଇଥିଲେ । ତେଵେ ଦୁଇ ଜଣ ଯାଆ ପୋଖରୀରେ ପାଣି ଅଧିକ ଥିବାରୁ ପାଣିରେ ବୁଡିଯାଇଛନ୍ତି । ଗ୍ରାମବାସୀ ପୋଖରୀରୁ 2ଜଣ ମହିଳାଙ୍କୁ ଉଦ୍ଧାର ପରେ ବେତନଟୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । 2ମହିଳା ହେଲେ ଯମୁନା ହାଁସଦା ଓ ସାଲଗେ ହଁ ହାଁସଦା । ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ