ETV Bharat / state

ମୟୂରଭଞ୍ଜରେ ପୃଥକ ସ୍ଥାନରେ ଦୁଇ ଜଣଙ୍କ ଚରମ ନିଷ୍ପତ୍ତି - ଦିନକରେ ଜୀବନ ହାରିଲେ ୨ ଜଣ

Two Reportedly Committed Suicide in Mayurbhanj: ରାଇରଙ୍ଗପୁର ସହରରେ କରଜ ସୁଝି ନପାରି ବ୍ୟବସାୟୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିଶୋଇ ଥାନା ଠୁଳୁକୁଚଟାଣୀ ଗ୍ରାମରେ ବି ଚରିତ୍ରକୁ ସନ୍ଦେହ କରିବାରୁ ଜଣେ ମହିଳାଙ୍କ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ଘଟଣାସ୍ଥଳରୁ ସୁଇସାଇଡ ନୋଟ୍‌ ମଧ୍ୟ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ମୟୂରଭଞ୍ଜରେ ଦିନକରେ ଜୀବନ ହାରିଲେ ୨ ଜଣ
ମୟୂରଭଞ୍ଜରେ ଦିନକରେ ଜୀବନ ହାରିଲେ ୨ ଜଣ
author img

By ETV Bharat Odisha Team

Published : Dec 26, 2023, 7:05 AM IST

ରାଇରଙ୍ଗପୁର: ଆଜି ବଡ଼ ଦିନରେ ଅଘଟଣ । ଜଣେ ବ୍ୟବସାୟୀ ଧାର କରଜ ସୁଝି ନପାରିବାରୁ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଛନ୍ତି । ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ସହରରେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ସହରର ଲିଙ୍କ ରୋଡ଼ରେ ରହୁଥିବା ଦୀପକ ରାମ (୪୮) ନାମକ ଜଣେ ବ୍ୟବସାୟୀ ବିଭିନ୍ନ ସାପ୍ତାହିକ ହାଟକୁ ଯାଇ ବ୍ୟବସାୟ କରୁଥିଲେ । ତେବେ ଆଜି ସକାଳ ସମୟରେ ନିଜ ଘର ପଛପଟେ ଥିବା ବଗିଚାର ଏକ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ହସ୍ପିଟାଲ୍‌ ନେଇଥିଲେ । ହେଲେ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଏ ସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ବ୍ୟବସାୟୀ ଜଣକ ଧାର କରଜ ସୁଝିନ ପାରିବାରୁ ମାନସିକ ଭାରସାମ୍ୟ ହରାଇ ରସି ସାହାଯ୍ୟରେ ନିଜେ ଜୀବନ ହାରିଥିବା ଜଣାପଡିଛି । ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇଛି । ଆସନ୍ତାକାଲି ମୃତଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ ....ଗାଈ ଫସଲ ଖାଇବାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା!

ସେପଟେ ଅନ୍ୟ ଏକ ଘଟଣା କ୍ରମରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଠୁଳୁକୁଚଟାଣୀ ଗ୍ରାମରେ ଜଣେ ବିବାହିତା ମହିଳା ଜୀବନ ହରିଥିବା ଖବର ସାମ୍ନାକୁ ଆସିଛି । ପୋଲିସ ଘଟଣା ସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଛି । ମୃତକ ଜଣକ ହେଲେ ଠୁଳୁକୁଚଟାଣୀ ଗ୍ରାମର ବୁଧୁରାଇ ହେମ୍ବର୍ମଙ୍କ ଝିଅ ଯମୁନା ମାରାଣ୍ଡି ।ସେ ଗତ ୨୦୧୬ ମସିହାରେ ବିଜାତଳା ଭାଲୁଯୋଡି ଗ୍ରାମର ଲକ୍ଷ୍ମଣ ମାରାଣ୍ଡିଙ୍କ ସହିତ ବିବାହ କରିଥିଲେ । ଦୁହେଁ ବେଙ୍ଗାଲୁରୁ ଯାଇ କାମଧନ୍ଦା କରୁଥିବା ବେଳେ ପରେ ସ୍ତ୍ରୀ ନିଜ ଶଶୁର ଘରକୁ ପଳାଇ ଆସିଥିଲେ ।

ତେବେ ଲକ୍ଷ୍ମଣ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପ୍ରାୟ ଫୋନ ଯୋଗେ କଳି ଝଗଡ଼ା ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମଣଙ୍କ ଶ୍ୱଶୁର ଝିଅକୁ ନିଜ ଘରକୁ ନେଇ ଆସିଥିଲେ । ଘରେ ରହିଥିବା ସମୟରେ ଗାଁ ନିକଟ ଏକ ଗଛରେ ଝିଅର ମୃତଦେହ ସନ୍ଦେହଜନକ ଭାବରେ ଉଦ୍ଧାର କରାଯାଇଥିଲା । ମୃତକଙ୍କ ପାଖରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି ପୋଲିସ । ସେଥିରେ ଲକ୍ଷ୍ମଣ ତାଙ୍କ ଚରିତ୍ରକୁ ବାରମ୍ବାର ସନ୍ଦେହ କରୁଥିବାରୁ ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ପନ୍ଥା ଅବଲମ୍ବନ କରିଥିଲେ ଉଲ୍ଲେଖ ହୋଇଛି । ଏଥିପାଇଁ କେହି ଦାୟୀ ନୁହଁନ୍ତି ବୋଲି ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ମୃତକ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.