ETV Bharat / state

ରାଇରଙ୍ଗପୁରରେ ଦୁଇଟି ପୃଥକ ଦୁର୍ଘଟଣାରେ ୨ ମୃତ

ରାଇରଙ୍ଗପୁର ସହରରେ ଦୁଇଟି ପୃଥକ ଦୁର୍ଘଟଣାରେ ଚାଲିଯାଇଛି ଦୁଇଟି ଜୀବନ । ସହରର ରେଳ ଫାଟକ ନିକଟରେ ପିକଅପ ଧକ୍କାରେ କ୍ଷୀର ବିକ୍ରି କରିବାକୁ ଯାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେହିଭଳି ସହରର ଫରେଷ୍ଟ ଅଫିସ ସମ୍ମୁଖ ମୁଖ୍ୟ ରାସ୍ତାରେ ଗଛ ପଡ଼ି ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ । ଅଧିକ ପଢ଼ନ୍ତୁ

author img

By

Published : Aug 20, 2022, 7:46 PM IST

ପିକଅପ ଧକ୍କାରେ ଜଣେ ମୃତ, ସେପଟେ ରାସ୍ତାରେ ଗଛ ପଡ଼ି ସ୍କୁଟି ଚାଳକଙ୍କର ମୃତ୍ୟୁ

ରାଇରଙ୍ଗପୁର: ଗୋଟିଏ ଦିନରେ ସିରିଜ ଦୁର୍ଘଟଣା । ରାଇରଙ୍ଗପୁର ସହରର ରେଳ ଫାଟକ ନିକଟରେ ପିକଅପ୍‌ ଧକ୍କାରେ କ୍ଷୀର ବିକ୍ରି କରିବାକୁ ଯାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମାନ ଦୁର୍ଘଟଣାରେ ଅନ୍ୟ ଏକ ବାଇକରେ ଯାଉଥିବା ଦମ୍ପତ୍ତି ଗୁରୁତର ହୋଇଛନ୍ତି । ସେପଟେ ସହରର ଫରେଷ୍ଟ ଅଫିସ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତା ଉପରେ ଏକ ଗଛ ପଡ଼ି ଯିବାରୁ ସେଥିରେ ଧକ୍କା ହୋଇ ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବୁଧିଆକୁଦର ଗ୍ରାମର କ୍ଷୀରଦ ମହାନ୍ତ ଏକ ସ୍କୁଟି ଯୋଗେ କ୍ଷୀର ବିକ୍ରି କରିବାକୁ ସହରକୁ ଯାଉଥିଲେ । ରେଳ ଫାଟକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନ ବାଇକରେ ଆସୁଥିବା ଅସନା ଗ୍ରାମର ରାହୁଲ ଓ ତାଙ୍କ ସ୍ତ୍ରୀକୁ ଧକ୍କା ଦେଇ କ୍ଷୀରଦଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ କ୍ଷୀରଦଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଦମ୍ପତିଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ ।

ତେବେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେବାରୁ ରାଇରଙ୍ଗପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା ପିକଅପକୁ ପୋଲିସ ଜବତ କରିଥିବାବେଳେ, ଏହାର ଚାଳକ ଫେରାର ହୋଇ ଯାଇଥିବା ଜଣାପଡିଛି । ସେହିଭଳି ସହରର ଫରେଷ୍ଟ ଅଫିସ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତା ଉପରେ ଲଗାଣ ବର୍ଷା ଯୋଗୁଁ ଏକ ଗଛ ପଡ଼ି ଯିବାରୁ ସେଥିରେ ଧକ୍କା ହୋଇ ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଅଜଣା ଯୁବକଙ୍କୁ ଡାକ୍ତରଖାନା ପଠାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ରାଇରଙ୍ଗପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ରାସ୍ତାରୁ ହଟାଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.