ETV Bharat / state

ଥମୁନି ହାତୀ ଆତଙ୍କ, 2 ଜଣଙ୍କୁ ଦଳି ଦେଲା ଦନ୍ତା

author img

By

Published : Aug 25, 2022, 12:25 PM IST

ମୟୂରଭଞ୍ଜ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇ ଜଣଙ୍କର ମୃତ୍ୟୁ (two died in elephant attack) ହୋଇଛି । ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଜଣେ ବ୍ୟକ୍ତି ଘରେ ଶୋଇଥିବା ବେଳେ ଘର ଭିତରୁ ଟାଣିନେଇ ଦଳିଦେଲା ହାତୀ । ସେହିଭଳି ବେତନଟୀ ରେଞ୍ଜ ଅଞ୍ଚଳରେ ଜଙ୍ଗଲକୁ ଗାଈ ଖୋଜିବାକୁ ଯାଇ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ଥମୁନି ଆତଙ୍କ, ହାତୀ ଆକ୍ରମଣରେ ଦୁଇ ମୃତ
ଥମୁନି ଆତଙ୍କ, ହାତୀ ଆକ୍ରମଣରେ ଦୁଇ ମୃତ

ବାରିପଦା: ହାତୀ ଆକ୍ରମଣରେ ପୁଣି ଗଲା ଦୁଇ ନିରୀହ ଜୀବନ (two died in elephant attack) । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଦୁଇଜଣ ହେଲେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଡାଙ୍ଗରବିଲା ଗ୍ରାମର ସୀମିତ ହାଁସଦା ଓ ବେତନଟୀ ରେଞ୍ଜ ଅଞ୍ଚଳରେ ଥିବା ସଙ୍ଗାଡ଼ି ଗ୍ରାମର ଧନଞ୍ଜୟ ହାଁସଦା । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବନ ବିଭାଗ ଉପରେ ଅସନ୍ତୋଷ ସ୍ଥାନୀୟ ଲୋକେ ।

ଥମୁନି ଆତଙ୍କ, ହାତୀ ଆକ୍ରମଣରେ ଦୁଇ ମୃତ

ସୂଚନା ଅନୁଯାୟୀ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଡାଙ୍ଗରବିଲା ଗାଁ ଭିତରକୁ ପ୍ରାୟ ୫ରୁ ଊର୍ଦ୍ଧ୍ବ ହାତୀ ପଶିଯାଇଥିଲେ । ସେହି ଗ୍ରାମର ସୀମିତ ହାଁସଦା ଘରେ ଶୋଇଥିବା ବେଳେ ହାତୀପଲ ତାଙ୍କୁ ଘର ଭିତରୁ ଟାଣି ଆଣି ବାହାରେ କଚାଡି ମାରି ଦେଇଥିଲେ । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହାବି ପଢ଼ନ୍ତୁ...ଶୋଇଥିବାବେଳେ ଦଳିଦେଲା ହାତୀ, ଦୃଷ୍ଟିହୀନ ବୃଦ୍ଧଙ୍କ ମୃତ୍ୟୁ

ସେହିଭଳି ବେତନଟୀ ରେଞ୍ଜ ଅଞ୍ଚଳରେ ଥିବା ସଙ୍ଗାଡ଼ି ଗ୍ରାମର ଧନଞ୍ଜୟ ହାଁସଦା ମଙ୍ଗଳବାର ଠାରୁ ଜଙ୍ଗଲକୁ ଗାଈ ଖୋଜିବାକୁ ଯାଇ ନିଖୋଜ ଥିଲେ । ଆଜି ଜଙ୍ଗଲ ଭିତରୁ ଧନଞ୍ଜୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ହାତୀ ଧନଞ୍ଜୟଙ୍କୁ କଚାଡି ମାରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବେତନଟୀ ରେଞ୍ଜର ଘନଶ୍ୟାମ ମଲ୍ଲିକ ପହଞ୍ଚି ଧନଞ୍ଜୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ତେବେ ମୟୂରଭଞ୍ଜ ଜିଲ୍ଲାରେ ହାତୀ ଆତଙ୍କ ଥମିବାର ନାଁ ନେଉନଥିବା ବେଳେ ସଙ୍ଗାଡ଼ି ଗ୍ରାମବାସୀ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବନ ବିଭାଗ ହାତୀ ଚଳପ୍ରଚଳ ନେଇ ସୂଚନା ଦେଉ ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ କରି ଦୀର୍ଘ ସମୟ ଧରି ମୃତଦେହ ଅଟକ ରଖିଥିଲେ । ତେବେ ସରକାରଙ୍କ ନିୟମାବଳୀ ଅନୁଯାୟୀ ଉଭୟଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.