ETV Bharat / state

ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ - ରାଇରଙ୍ଗପୁରରେ ସଡକ ଦୁର୍ଘଟଣା

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କାଦପାଣି ଛକ ଫରେଷ୍ଟ ଅଫିସ ସମ୍ମୁଖ 49 ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ସ୍କୁଟିକୁ ସାମ୍ନା ପଟୁ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେବାରୁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି ।

truck hits scooty, road accident in rairangapur, rairangapur latest news, ରାଇରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ରାଇରଙ୍ଗପୁରରେ ସଡକ ଦୁର୍ଘଟଣା, ସ୍କୁଟିକୁ ଧକ୍କା ଦେଲା ଟ୍ରକ
ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ
author img

By

Published : Feb 23, 2020, 6:43 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କାଦପାଣି ଛକ ଫରେଷ୍ଟ ଅଫିସ ସମ୍ମୁଖ 49 ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ସ୍କୁଟିକୁ ସାମ୍ନା ପଟୁ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେବାରୁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି ।

ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ କିସୁନ ମାରାଣ୍ଡି ଓ ରୂପେନ୍ଦ୍ର ହେମ୍ବ୍ରମ ଏକ ସ୍କୁଟି ଯୋଗେ ବିଶୋଇରୁ ଖଡମବେଡା ପଟକୁ ଯାଉଥିବା ବେଳେ ସାମ୍ନା ପଟୁ ଲୁହାପଥର ଅନଲୋଡ କରି ଦୃତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। ଏଥିରେ ରୂପେନ୍ଦ୍ର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ କିସୁନକୁ ବିଶୋଇ ଡାକ୍ତରଖାନା ଅଣା ଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ କିସୁନଙ୍କ ଘର ବିଶୋଇ ଥାନା ଶାଗଯୋଡି ଗ୍ରାମରେ ବୋଲି ଜଣାପଡିଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.