ETV Bharat / state

ଘରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଅତ୍ୟଧିକ ମଦ୍ୟପାନ କରି ଟ୍ରକ ଚଲାଇ ଯାଉଥିବା ସମୟରେ ରାଇରଙ୍ଗପୁର ସହରର ଅଁଳାଡୁବା ଠାରେ ଦିଲିପ ମହାନ୍ତଙ୍କ ଘର ସମ୍ମୁଖରେ ଟ୍ରକକୁ ବାଡେଇ ଥିଲେ ।

author img

By

Published : Oct 14, 2019, 1:44 AM IST

ଘରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରାଇରଙ୍ଗପୁର: ମଦ୍ୟପ ହେଲପରର ଉନ୍ମୁକ୍ତ କାଣ୍ଡ । ରବିବାର ରାତି ପ୍ରାୟ 11.30 ସମୟରେ ଦଶ ଚକିଆ ଟ୍ରକକୁ ନେଇ ରାସ୍ତା କଡରେ ପିଟିବା ଫଳରେ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ ।
ସୂଚନା ଅନୁଯାୟୀ, ରାଇରଙ୍ଗପୁର ବଜାରର ବିଶ୍ବନାଥ ସାହୁଙ୍କ OR09F8533 ନଂ ବିଶିଷ୍ଟ ଏକ ଦଶ ଚକିଆ ଟ୍ରକକୁ ହେଲପର ରାଇରଙ୍ଗପୁର ବଜାର ପଟକୁ ନେଇ ଯାଉଥିଲେ । ତେବେ ହେଲପର ଜଣକ ଅତ୍ୟଧିକ ମଦ୍ୟପାନ କରି ଟ୍ରକ ଚଲାଇ ଯାଉଥିବା ସମୟରେ ରାଇରଙ୍ଗପୁର ସହରର ଅଁଳାଡୁବା ଠାରେ ଦିଲିପ ମହାନ୍ତଙ୍କ ଘର ସମ୍ମୁଖରେ ଟ୍ରକକୁ ବାଡେଇ ଥିଲେ । ତେବେ ତାଙ୍କ ଘର ସମ୍ମୁଖରେ ଥିବା ଡ୍ରେନରେ ଟ୍ରକ ଚକ ପଶି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ ।

ମାତ୍ର ଘରେ ଲାଗିଥିବା ଆଜବେଷ୍ଟସ ସବୁ ଭାଙ୍ଗି ଯାଇଥିଲା । ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ମଦ୍ୟପ ହେଲପରକୁ କାବୁ କରି ନେଇଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ରାଇରଙ୍ଗପୁର ଟାଉନ ପୋଲିସ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମଦ୍ୟପ ହେଲପରକୁ ଥାନା ନେଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମଦ୍ୟପ ହେଲପର ର ଉନ୍ମୁକ୍ତ କାଣ୍ଡ। ରାତି ପ୍ରାୟ ୧୧.୩୦ ସମୟରେ ଦଶ ଚକିଆ ଟ୍ରକକୁ ନେଇ ବାଡେଇଲା ରାସ୍ତା କଡରେ ଥିବା ଏକ ଘରେ। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ସୂଚନା ଅନୁଯାୟୀ ରାଇରଙ୍ଗପୁର ବଜାର ର ବିଶ୍ବନାଥ ସାହୁ ଙ୍କ OR09F8533 ନଂ ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ କୁ ହେଲପର ଜଣକ ରାଇରଙ୍ଗପୁର ବଜାର ପଟକୁ ନେଇ ଯାଉଥିଲେ। ତେବେ ହେଲପର ଜଣକ ଅତ୍ୟଧିକ ମଦ୍ୟପାନ କରି ଟ୍ରକ ଚଲାଇ ଯାଉଥିବା ସମୟରେ ରାଇରଙ୍ଗପୁର ସହର ର ଅଁଳାଡୁବା ଠାରେ ଦିଲିପ ମହାନ୍ତ ଙ୍କ ଘର ସମ୍ମୁଖରେ ସାଇଡ୍ ରୁ ବାଡେଇ ହୋଇଥିଲା। ତେବେ ତାଙ୍କ ଘର ସମ୍ମୁଖରେ ଥିବା ଡ୍ରେନ ରେ ଟ୍ରକ ଚକ ପଶି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ପରିବାର ଲୋକେ। ଘରେ ଲାଗିଥିବା ଆଜବେଷ୍ଟସ ସବୁ ଭାଙ୍ଗି ଯାଇଥିବା ବେଳେ ନିଶ୍ଚିତ ଏକ ବଡ଼ ଦୁର୍ଘଟଣା ରୁ ରକ୍ଷା ପାଇଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ମଦ୍ୟପ ହେଲପର କୁ କାବୁ କରି ନେଇଥିଲେ। ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ରାଇରଙ୍ଗପୁର ଟାଉନ ପୋଲିସ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମଦ୍ୟପ ହେଲପର କୁ ଥାନା କୁ ନେଇଯାଇ କ୍ରେନ୍ ଡକାଇ ଟ୍ରକ କୁ ଡ୍ରେନ ରୁ ବାହାର କରିବା ପାଇଁ ବନ୍ଦୋବସ୍ତ କରିଥିଲେ।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.