ETV Bharat / state

ମୟୂରଭଞ୍ଜ: ଭୋଟିଂରେ ସାମିଲ ହେଲେ ଆଦିବାସୀ ପଛୁଆ ବର୍ଗ

ବେଶ ଉତ୍ସାହର ସହ ଭୋଟ ଦେଉଛନ୍ତି ମୟୂରଭଞ୍ଜବାସୀ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ମୟୂରଭଞ୍ଜ ଲୋକସଭା ସମେତ ୮ଟି ବିଧାନସଭାରେ ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିର ଜିଲ୍ଲାରେ ମୋଟ ୮୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଭୋଟିଂରେ ସାମିଲ ହୋଇଛନ୍ତି ଅନେକ ଆଦିବାସୀ ପଛୁଆ ବର୍ଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Apr 29, 2019, 10:03 AM IST

ମୟୂରଭଞ୍ଜ: ଗଣତନ୍ତ୍ରର ମହାନପର୍ବ ଆରମ୍ଭ ହୋଇଯାଇଛି । ବେଶ ଉତ୍ସାହର ସହ ଭୋଟ ଦେଉଛନ୍ତି ମୟୂରଭଞ୍ଜବାସୀ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ମୟୂରଭଞ୍ଜ ଲୋକସଭା ସମେତ ୮ଟି ବିଧାନସଭାରେ ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିର ଜିଲ୍ଲାରେ ମୋଟ ୮୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଦେଖାଯାଇଛି ଭୋଟିଂରେ ସାମିଲ ହୋଇଛନ୍ତି ଅନେକ ଆଦିବାସୀ ପଛୁଆ ବର୍ଗ । ଭୋଟର ନିଜ ବହୁମୂଲ୍ୟ ଭୋଟ ଦେଇ ନିଜ ଜନ ପ୍ରତିନିଧିଙ୍କୁ ବାଛୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ରାଜ୍ୟରେ ଏବେ ଅନେକ ଆଦିବାସୀ ପଛୁଆ ବର୍ଗ ରହିଛନ୍ତି । ସେମାନେ ମଧ୍ୟ ଗଣତନ୍ତ୍ରର ଜଣେ ନାଗରିକ ହିସାବରେ ଭୋଟ ଦେଇ ନିଜର ଗୁରୁ ଦାୟିତ୍ବ ତୁଲାଇଛନ୍ତି । ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ ଗୁଞ୍ଜୁସାହି ପ୍ରାଥମିକ ବିଦ୍ୟାଳୟରେ କିଛି ଆଦିବାସୀ ଭୋଟରଙ୍କ ସହ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି । ଏହି ଆଦିବାସୀ ଲୋକେ ବୁଥରେ ଲମ୍ବା ଲାଇନରେ ଠିଆ ହୋଇ ରହିବା ସମୟରେ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ତେବେ ଭୋଟ ଦେଇ ନିଜ ପସନ୍ଦର ଉପଯୁକ୍ତ ନେତା ବାଛିବେ ବୋଲି ସେମାନେ କହିଛନ୍ତି ।

ତେବେ ଲୋକସଭା କ୍ଷେତ୍ରରୁ ୮ଜଣ ପ୍ରାର୍ଥୀ ମଇଦାନରେ ରହିଥିବାବେଳେ ଯଶୀପୁର ନିର୍ବାଚନ ମଣ୍ଡଳୀରେ ୧୦, ରାଇରଙ୍ଗପୁରରେ ୯, ବାରିପଦାରେ ୭, ବଡ଼ସାହିରେ ୮, ବାଙ୍ଗିରିପୋଷିରେ ୧୧, ମୋରଡ଼ା ୧୩, ଉଦଳା ୫ ଓ ସାରସକଣାରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ମୋରଡ଼ା ବିଧାନସଭା କ୍ଷେତ୍ରରେ ସର୍ବାଧିକ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲାର ଅବଶିଷ୍ଟ ୧୬ଲକ୍ଷ ୪୮ହଜାର ୯୨୭ଜଣ ମତଦାତା ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟ ଦେବାପରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ଭୋଟର ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

smruti 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.