ETV Bharat / state

ଶିମିଳିପାଳ ପାଦଦେଶରୁ ପୁଣି କଲରାପତରିଆ ବାଘ ଚମଡା ଜବତ, ଜଣେ ଅଟକ - tiger skin seized and 1 arrested

ଶିମିଳିପାଳ ପାଦଦେଶରୁ ପୁଣି କଲରାପତରିଆ ବାଘ ଚମଡା ଜବତ କଲା ବନବିଭାଗ । ଏଥିସହ ଜଣଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଟିମ ମୟୂରଭଞ୍ଜ ଜିଲ୍ଲାର ଡୁକୁରା ରେଞ୍ଜ ଅନ୍ତର୍ଗତ ଚେକାମରା ଗ୍ରାମରେ ଏହି ଚଢାଉ କରାଯାଇଥିଲା ।

ଶିମିଳିପାଳ ପାଦଦେଶରୁ ପୁଣି କଲରାପତରିଆ ବାଘ ଚମଡା ଜବତ, ଜଣେ ଅଟକ

author img

By ETV Bharat Odisha Team

Published : Sep 30, 2023, 7:26 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ବନ ବିଭାଗକୁ ସଫଳତା । ଶିମିଳିପାଳ ପାଦଦେଶରୁ ପୁଣି କଲରାପତରିଆ ବାଘ ଚମଡା ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଟିମ ମୟୂରଭଞ୍ଜ ଜିଲ୍ଲାର ଡୁକୁରା ରେଞ୍ଜ ଅନ୍ତର୍ଗତ ଚେକାମରା ଗ୍ରାମରେ ଚଢ଼ାଉ କରି କଲରାପତରିଆ ବାଘ ଚମଡା ଜବତ କରିଛି ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ଡୁକୁରା ରେଞ୍ଜ ଅନ୍ତର୍ଗତ ଚେକାମରା ଗ୍ରାମରେ କଲରାପତରିଆ ବାଘ ଛାଲ ଡିଲ୍ ହେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ଯାହାପରେ ତଦନ୍ତ ଜୋରଦାର କରିଥିଲା ବିନବିଭାଗ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ଚଢ଼ାଉର ବ୍ଲୁପ୍ରିଣ୍ଟ ସ୍ଥିର କରିଥିଲେ । ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରି ଶୁକ୍ରବାର ସକାଳ ସମୟରେ ବାଘ ଛାଲ ଡିଲ୍ ହେଉଥିହା ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣକୁ ଧରିବାରେ ସଫଳ ହୋଇଥିଲା ଟିମ୍ ।

ଏହାମଧ୍ୟ ପଢନ୍ତୁ.. ଶିମିଳିପାଳ ପାଦଦେଶରେ ବନବିଭାଗର ରେଡ୍: ୪ ବାଘ ଛାଲ ଜବତ, ୩ ଗିରଫ

ତେବେ ଅଭିଯୁକ୍ତ ଜଣକ ହେଲେ ବଡ଼ସାହି ଥାନା ଅନ୍ତର୍ଗତ ଯଦୁନାଥପୁର ଗ୍ରାମର ବନ୍ଧସାହି ଅଞ୍ଚଳର ଭୁବନ ସିଂ(୩୫)। ଭୁବନ ସିଂଙ୍କୁ ଅଟକ ରଖି ଅଧିକ ପଚରାଉଚରା କରି ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ନେଇ ସୂଚନା ରହିଛି । ଅନ୍ୟପଟେ ବାଘ ଚମଡାର ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଶିକାର ହୋଇଥିବା କଲରାପତରିଆ ବାଘଙ୍କ ପ୍ରକୃତ ବୟସ ତଥା ଅନ୍ୟାନ୍ୟ ତଥ୍ୟ ମିଳିପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଅଭିଯୁକ୍ତ ଜଣକ କେଉଁଠି କଲରାପତରିଆ ବାଘର ଶିକାର କରିଥିଲେ ଓ କେବେ କରିଥିଲେ ଏବଂ କିଏ କିଏ ଏଥିରେ ଜଡିତ ଅଛନ୍ତି ସେ ନେଇ ବନ ବିଭାଗ ତଦନ୍ତ ଜାରି ରଖିଛି । ଏଥି ସହିତ ଏହି ଅଭିଯୁକ୍ତମାନେ ପୂର୍ବରୁ କୋଣସି ଅପରାଧରେ ଜଡିତ ଥିଲେ କି ନାହିଁ, ସେ ସମସ୍ତ ବିଷୟ ଦିଗକୁ ନେଇ ତଦନ୍ତ ମଧ୍ୟ କରାଯାଉଛି ।

ଅନ୍ୟପଟେ ଶିମିଳିପାଳରେ ଶିକାରୀମାନଙ୍କ ଶିକାର ବଢି ବଢି ଚାଲିଛି । ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳିଛି । ସେହିଭଳି ଜୁଲାଇ 24 ତାରିଖରେ ମଧ୍ୟ ଶିମିଳିପାଳ ପାଦ ଦେଶରୁ 4ଟି ବାଘ ଛାଲ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଥିଲା ବନବିଭାଗ । ଦୁଇ ଜଣ ବନବିଭାଗ କର୍ମଚାରୀଙ୍କୁ ଶିକାରୀମାନେ ଗୁଳି କରି ହତ୍ୟା କରିବା ପରେ ପୋଲିସ ଓ ବନବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶଗୁଡିକରେ ସର୍ଚ୍ଚ ଅପରେସନ ଜୋରଦାର ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.