ETV Bharat / state

ପୋଲିସକୁ ଚକମା ଦେଇ ଥାନାରୁ ଫେରାର୍ ହେଲେ ୨ ଚୋର

ପୋଲିସ ଆଖିରେ ଧୂଳି ଦେଇ ଥାନା ସ୍କାଇଲାଇଟ ଭାଙ୍ଗି ଫେରାର୍ ହୋଇଗଲେ ଦୁଇ ଚୋର । ଅଧିକ ପଢନ୍ତୁ

ପୋଲିସକୁ ଚକମା ଦେଇ ଥାନାରୁ ଫେରାର୍ ହେଲେ ୨ ଚୋର
ପୋଲିସକୁ ଚକମା ଦେଇ ଥାନାରୁ ଫେରାର୍ ହେଲେ ୨ ଚୋର
author img

By

Published : Jun 1, 2023, 6:58 AM IST

ଥାନାରୁ ଫେରାର ଚୋର

ରାଇରଙ୍ଗପୁର: ପୋଲିସକୁ ଚକମା ଦେଇ ଥାନାରୁ ଫେରାର୍ ହେଲେ ଚୋର । ଥାନାର ସ୍କାଇଲାଇଟ ଭାଙ୍ଗି ଛୁ' ମାରିଲେ । ଗତକାଲି (ବୁଧବାର) ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନାରେ ଏଭଳି ଘଟଣା ଘଟିଛି । ସୁନା ଦୋକାନରୁ ଚୋରି ପାଇଁ ଉଦ୍ୟମ କରୁଥିବାବେଳେ ଧରାପଡିଥିବା ଦୁଇ ଜଣ ଚୋର ବୁଧବାର ସକାଳେ କୁଳିଅଣା ଥାନାରୁ ଫେରାର୍ ହୋଇଯାଇଥିଲେ । ତେବେ ଦୁହେଁ ଜଙ୍ଗଲରେ ଲୁଚିଥିବା ବେଳେ ପୁଣିଥରେ ପୋଲିସ ହାତରେ ଧରାପଡିଛନ୍ତି । ଦୁଇ ଘଣ୍ଟାର କସରତ ପରେ ପୋଲିସ ଦୁଇ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ କୁଳିଅଣା ବଜାର ସ୍ଥିତ ମାନସ ଜୁଏଲାରୀ ନାମକ ଏକ ଗହଣା ଦୋକାନରୁ ତିନି ଜଣ ଚୋର ଚୋରି କରିବା ପାଇଁ ଆସିଥିଲେ । ବିଳମ୍ବିତ ରାତ୍ର ଥିବାରୁ କୁଳିଅଣା ବଜାର ଅଞ୍ଚଳ ଜନଶୂନ୍ୟ ଥିଲା । ଏହି ସୁଯୋଗରେ ସେମାନେ ଗହଣା ଦୋକାନର କାନ୍ଥ କାଟିବାକୁ ଲାଗିଥିଲେ । ଏତିକି ବେଳେ ଚୋରମାନଙ୍କ ଉପରେ କିଛି ସ୍ଥାନୀୟ ଲୋକଙ୍କ ଦୃଷ୍ଟି ପଡ଼ିଥିଲା । ୩ ଜଣଙ୍କ ମଧ୍ୟରୁ ୨ ଜଣ ଚୋରଙ୍କୁ ଦୋକାନ ମାଲିକ ଓ ଲୋକେ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର୍ ଖସି ପଳାଇ ଯାଇଥିଲା । ଏହାପରେ ଲୋକେମାନେ ଧରାପଡିଥିବା ଦୁଇ ଚୋରଙ୍କୁ ନିର୍ଦ୍ଧୁମ ଛେଚିବା ସହ କୁଳିଅଣା ଥାନାରେ ଜିମା ଦେଇଥିଲେ ।

ଏହି ଦୁଇ ଅଭିଯୁକ୍ତ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିଦାବାଦ ଅଞ୍ଚଳର ଆକବର ସର୍ଦ୍ଦାର ଓ ଏମଡି ମୁସ୍ତାବା ବୋଲି ପରିଚୟ ମିଳିଥିଲା । ପୋଲିସ ଚୋର ଦ୍ବୟଙ୍କୁ ଥାନା ଭିତରେ ଥିବା ଏକ କୋଠରୀରେ ରଖିଥିଲା । କିନ୍ତୁ ଦୁଇ ଧୃତ କୋଠରୀରେ ଥିବା ସ୍କାଇଲାଇଟ୍ ଭାଙ୍ଗି ସକାଳୁ ଫେରାର ହୋଇଯାଇଥିଲେ । ସେମାନଙ୍କୁ ଧରିବା ପାଇଁ କୁଳିଅଣା ଥାନା ପୋଲିସକୁ ବେଶ୍ କସରତ କରିବା ପାଇଁ ପଡ଼ିଥିଲା । ତେବେ ଦୁଇ ଘଣ୍ଟାର କସରତ ପରେ ଚୋରମାନଙ୍କୁ ନିକଟସ୍ଥ ରାଇତଳିଆ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।

ବର୍ତ୍ତମାନ ଦୁଇ ଜଣ ଚୋରଙ୍କୁ ବାରିପଦା କୋର୍ଟ ଚାଲାଣ କରାଯାଇଥିବା ନେଇ କୁଳିଅଣା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂ ପାଇଁ ଦାବି ହେଉଥିବା ବେଳେ ଏ ଦିଗରେ ପଦକ୍ଷେପ ନ ନିଆଯିବାରୁ ଏପରି ଲୁଟପାଟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.