ବାରିପଦା: ବାତ୍ୟା ୟସକୁ ନେଇ ସବୁଠି ଭୟ । ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ୟସ । ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ଆଲର୍ଟ ଜାରି କରାଯାଇଛି । ତେବେ ମୟୁରଭଞ୍ଜ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲା ସୀମାନ୍ତବର୍ତ୍ତୀ ଗାଁରେ କିଭଳି ରହିଛି ସ୍ଥିତି ପୂର୍ବ ବାତ୍ୟାକୁ ମନେ ପକାଇ ନିଜ ମନର କଥା କହିଛନ୍ତି ଲୋକେ ।
ମୟଊରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାମରଡିହା ଗାଁର ଗ୍ରାମବାସୀ ବାତ୍ୟା ୟସକୁ ନେଇ କେତେକ ଲୋକ ଘରେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତକାଲି ଠାରୁ ବର୍ଷା ସହ ପବନ ଆରମ୍ଭ ହେବାକୁ ଥିବାରୁ ସବୁଠି ଭୟର ବାତାବରଣ ଦେଖାଦେଇଛି । ବାତ୍ୟା ୟସର ପ୍ରଭାବ ରାସଗୋବିନ୍ଦପୁର ବ୍ଳକରେ ଅଧିକ ମାତ୍ରାରେ ପଡିବ ବୋଲି ଜଣାପଡିଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ପ୍ରଶାସନ ଏ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ନିକଟରେ କିଭଳି ବାତ୍ୟାର ମୁକାବିଲା କରାଯିବ ସେନେଇ ପହଞ୍ଚି ପାରିନାହିଁ ପ୍ରଶାସନ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ