ETV Bharat / state

ସର୍ପାଘାତରେ ନାବାଳିକା ମୃତ - snake bite

ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାୟତ ଜନୈକ ନାବାଳିକାଙ୍କ ସର୍ପାଘାତରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ..

ସର୍ପାଘାତରେ ନାବାଳିକା ମୃତ
ସର୍ପାଘାତରେ ନାବାଳିକା ମୃତ
author img

By

Published : Jun 16, 2020, 9:17 PM IST

ରାଇରଙ୍ଗପୁର: ସର୍ପାଘାତରେ ନାବାଳିକା ମୃତ। ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାୟତ ଜନୈକ ନାବାଳିକାଙ୍କ ସର୍ପାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ସ୍ବର୍ଗତ ରଘୁ ମାର୍ଣ୍ଡିଙ୍କ ଝିଅ ସାଲ୍ହୋ ମାର୍ଣ୍ଡି(୧୦) ଙ୍କ ସର୍ପାଘାତରେ ମୃତ୍ୟୁ ହୋଇଛି। ଗତକାଲି ରାତି ପ୍ରାୟ ୮.୩୦ ସମୟରେ ମାଆ ଦେଲ୍ହୋ ମାର୍ଣ୍ଡି ଙ୍କ ସହିତ ଖାଇପିଇ ଶୋଇଥିଲେ। ରାତି ପ୍ରାୟ ୩.୩୦ ସମୟରେ ସାପ କାମୁଡିଥିବା ନେଇ ଝିଅଟି ମାଆକୁ ଜଣାଇଥିଲା। ତେବେ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରିବର୍ତ୍ତେ ଗୁଣି ଗାରେଡି ଝାଡଫୁଙ୍କା ଦ୍ବାରା ଚିକିତ୍ସା କରାଯିବାକୁ ଚେଷ୍ଟା କରାଯାଇଥିଲା। ବିଷାକ୍ତ ସର୍ପାଘାତରେ ଆହତ ନାବାଳିକା ଝିଅକୁ ଝାଡ଼ଖଣ୍ଡ ଅଞ୍ଚଳର ସୀମାନ୍ତବର୍ତ୍ତୀ ଗ୍ରାମକୁ ନେଇ ଝଡାଫୁଙ୍କା ଦ୍ବାରା ଚିକିତ୍ସା କରାଯିବାକୁ ନିଆ ଯାଇଥିଲା।

ତେବେ ସେଠାରେ ଗୁଣିଆ ଜଣକ ତାକୁ ମୃତ୍ୟୁ ହୋଇଯାଇଥିବା ସୂଚନା ଦେଇଥିଲେ। ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି ଗ୍ରାମକୁ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ କେଶ୍ ନଂ ୧୨/୨୦ ରେ ଏକ ମାମଲା ରୁଜୁ ହୋଇଛି। ତେବେ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରୀ ଚିକିତ୍ସା ଅପେକ୍ଷା ଗୁଣି ଗାରେଡି ଉପରେ ଅଧିକ ବିଶ୍ବାସ ଥିବାରୁ ଲୋକେ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି।

ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଗୁଡିକରେ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଥିବା ବେଳେ ଡାକ୍ତରଖାନା ଗୁଡିକରେ ସର୍ପାଘାତର ଚିକିତ୍ସା ନିମନ୍ତେ ପର୍ଯ୍ୟାପ୍ତ ମାତ୍ରାରେ ଔଷଧ ରଖା ଯିବା ଆବଶ୍ୟକତା ରହିଛି। ତେବେ ସର୍ପାଘାତରେ ମୃତ ହୋଇଥିବା ଉକ୍ତ ଆଦିବାସୀ ଗରିବ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.