ETV Bharat / state

କୋରୋନା ସଂକ୍ରମଣ ପାଇଁ ବନ୍ଦ ରହିବ କରଞ୍ଜିଆର ଐତିହାସିକ ଦୋଳଯାତ୍ରା - କରଞ୍ଜିଆର ଐତିହାସିକ ଦୋଳ ଯାତ୍ରା ବନ୍ଦ

ଚଳିତ ବର୍ଷ ମଧ୍ୟ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କରଞ୍ଜିଆ ସହରର ଐତିହାସିକ ଦୋଳଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି । ଅଧିକ ପଢନ୍ତୁ.....

କୋରୋନା ସଂକ୍ରମଣ ପାଇଁ ବନ୍ଦ ରହିବ କରଞ୍ଜିଆର ଐତିହାସିକ ଦୋଳ ଯାତ୍ରା

author img

By

Published : Mar 23, 2021, 9:30 PM IST

ରାଇରଙ୍ଗପୁର: ଚଳିତ ବର୍ଷ ମଧ୍ୟ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କରଞ୍ଜିଆ ସହରର ଐତିହାସିକ ଦୋଳଯାତ୍ରା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ। ପରମ୍ପରା ଓ ସଂସ୍କୃତି ନିଆରା ସହର ଭାବେ ପରିଚିତ କରଞ୍ଜିଆର ଗଣପର୍ବ ହେଉଛି ଦୋଳଯାତ୍ରା । ଯିଏ ଯେଉଁଠି ଥାଉନ୍ତୁ ନାଁ କାହିଁକି ସମସ୍ତେ ଏକାଠି ହୋଇ ଏହି ପର୍ବ ପାଳନ କରନ୍ତି । ଏହି ପର୍ବରେ କରଞ୍ଜିଆ ବଜାର ସହିତ ଶୁକୃଳି, ରରୁଆ, ଜଶୀପୁର, ଠାକୁରମୁଣ୍ଡାରୁ ହଜାର ହଜାର ଭକ୍ତ ଆସିଥାନ୍ତି ଦୋଳ ମିଳନ ଦେଖିବାକୁ । ଗତବର୍ଷ ଦୋଳ ଯାତ୍ରା ଅଧାରୁ ବନ୍ଦ ହୋଇଯାଇଥିଲା । ଚଳିତ ବର୍ଷ ମଧ୍ୟ କୋରୋନାକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୋଳଯାତ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।

କୋରୋନା ସଂକ୍ରମଣ ପାଇଁ ବନ୍ଦ ରହିବ କରଞ୍ଜିଆର ଐତିହାସିକ ଦୋଳଯାତ୍ରା

ପାରମ୍ପରିକ ରୀତି ନୀତି ଅନୁଯାୟୀ କେବଳ ମାତ୍ର ପୂଜାର୍ଚ୍ଚନ କରାଯିବାକୁ ଅନୁମତି ମିଳିଛି । ଇତିହାସରେ ପ୍ରଥମ ଥର ପାଇଁ କରଞ୍ଜିଆରେ ବିନା ଭକ୍ତରେ ପାଳନ ହେବ ଦୋଳ ମେଲଣ । ଐତିହାସିକ ପାଞ୍ଚପିଢ ଦୋଳ ମେଲଣ ପାଳନ ପାଇଁ କମିଟିର ବୈଠକ ବସିଥିଲା । ଏଥିରେ କରଞ୍ଜିଆ ଉପଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ଡ଼ଃ ରଜନୀକାନ୍ତ ବିଶ୍ବାଳଙ୍କ ସଭାପତିତ୍ବରେ ଏହି ନିଷ୍ପତ୍ତି ନିଆଯାଇଛି । ୧୦୦ ବର୍ଷ ଧରି କରଞ୍ଜିଆରେ ପାଳିତ ହେଉଥିବା ଦୋଳ ମେଳଣ ଉତ୍ସବ କରୋନା ମହାମାରୀ କଟକଣା ଯୋଗୁଁ କେବଳ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରାଯିବ। ମିଳନ ପଡ଼ିଆ ଓ ଦୋଳ ପଡ଼ିଆ ଉଭୟ ସ୍ଥାନରେ ୧୪୪ ଧାରା ଲାଗୁ କରାଯିବ । ବାରିକେଡ ମଧ୍ୟ ଲଗାଇବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଚଳିତ ବର୍ଷ ମିନାବଜାର ଏବଂ ଯାତ୍ରା ସଂପୂର୍ଣ୍ଣ ବନ୍ଦ ରହିବ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.