ETV Bharat / state

ଜଙ୍ଗଲ କଟାକୁ ନେଇ ଦୁଇ ଗାଁ ମୁହାଁମୁହିଁ, 8 ଜଣଙ୍କ ନାଁରେ ମାମଲା ରୁଜୁ - କେନ୍ଦୁଝର ଜଙ୍ଗଲ ନଷ୍ଟ ବିବାଦ

ମୟୂରଭଞ୍ଜ-କେନ୍ଦୁଝର ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ଗଛ କଟାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି । ସୀମା ବିବାଦ ପାଇଁ ଏକର ଏକର ସଂରକ୍ଷିତ ଜଙ୍ଗଲ ଏବେ ସଫା ହେବାକୁ ବସିଲାଣି। ବନବିଭାଗର ଅପାରଗତା ଯୋଗୁଁ ସଂରକ୍ଷିତ ଜଙ୍ଗଲରେ ଏବେ ଧାନ ଚାଷ କରୁଛନ୍ତି ପଡୋଶୀ କେନ୍ଦୁଝର ଜିଲ୍ଲାର ଗ୍ରାମବାସୀ । ଅଧିକ ପଢ଼ନ୍ତୁ...

ଜଙ୍ଗଲ କଟାକୁ ନେଇ ଦୁଇ ଗାଁ ମୁହାଁମୁହିଁ, 8 ଜଣଙ୍କ ନାମରେ ମାମଲା ରୁଜୁ

author img

By

Published : Jul 13, 2021, 5:13 PM IST

ରାଇରଙ୍ଗପୁର: ମୟୂରଭଞ୍ଜ-କେନ୍ଦୁଝର ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ଗଛ କଟାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି । ସୀମା ବିବାଦ ପାଇଁ ଏକର ଏକର ସଂରକ୍ଷିତ ଜଙ୍ଗଲ ଏବେ ସଫା ହେବାକୁ ବସିଲାଣି। ବନବିଭାଗର ଅପାରଗତା ଯୋଗୁଁ ସଂରକ୍ଷିତ ଜଙ୍ଗଲରେ ଏବେ ଧାନ ଚାଷ କରୁଛନ୍ତି ପଡୋଶୀ କେନ୍ଦୁଝର ଜିଲ୍ଲାର ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଖୁଣ୍ଟଡ଼ିହା ଗ୍ରାମ ସମେତ ଅନ୍ୟ କିଛି ଗ୍ରାମର ଲୋକେ ମିଳିତ ଭାବରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ତରାମରା ସଂରକ୍ଷିତ ଜଙ୍ଗଲକୁ କାଟି ସଫା କରିବା ଘଟଣା ନେଇ ଏବେ ବିବାଦ ଦେଖା ଦେଇଛି ।

ଜଙ୍ଗଲ କଟାକୁ ନେଇ ଦୁଇ ଗାଁ ମୁହାଁମୁହିଁ, 8 ଜଣଙ୍କ ନାମରେ ମାମଲା ରୁଜୁ

ଦୁଇ ଜିଲ୍ଲାର ସୀମାନ୍ତରେ ଥିବା ତରାମରା ଓ ଖୁଣ୍ଟଡ଼ିହା ଗ୍ରାମବାସୀ ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା କାରଣରୁ ତରାମରା ଗ୍ରାମର ୮ ଜଣଙ୍କ ନାମରେ ଆନନ୍ଦପୁର ଥାନାରେ ମାମଲା ମଧ୍ୟ ରୁଜୁୁ ହୋଇଛି ।

ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ତରାମରା ସଂରକ୍ଷିତ ଜଙ୍ଗଲ ନିକଟକୁ ଲାଗି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଖୁଣ୍ଟିଡ଼ିହା ଗ୍ରାମ ରହିଛି। ଖୁଣ୍ଟିଡିହା ଗ୍ରାମର ଲୋକେ ଦୀର୍ଘ ଦିନଧରି ଠାକୁରମୁଣ୍ଡା ରେଞ୍ଜ ତରାମରା ସଂରକ୍ଷିତ ଜଙ୍ଗଲ ଭିତରେ ପଶି ଏକର ଏକର ପରିମାଣର ସଂରକ୍ଷିତ ଜଙ୍ଗଲ କାଟି ସଫା କରି କେତେକ ଜାଗାରେ ଧାନ ଫସଲ ଚାଷ ଆରମ୍ଭ କରି ଦେଇଛନ୍ତି । କିଛି ବର୍ଷ ପୂର୍ବରୁ ଠାକୁରମୁଣ୍ଡା ବନ ବିଭାଗ ପକ୍ଷରୁ ଏହି ସଫା କରାଯାଇଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ତରାମରା ଗ୍ରାମ ବନକମିଟି ସହଯୋଗରେ ୪ ଥର ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା । ହେଲେ ବୃକ୍ଷ ରୋପଣ ପରେ ପୁଣି ଖୁଣ୍ଟଡିହା ଗ୍ରାମବାସୀ ଜଙ୍ଗଲ କାଟି ସଫା କରି ଉକ୍ତ ଜାଗା କୁ ନିଜ ଅକ୍ତିଆର କୁ ନେଇଥିଲେ ।ସେତେବେଳେ ଚାରା ଗଛ ଗୁଡିକୁ ନଷ୍ଟ କରିଥିବା ଅଭିଯୋଗରେ କିଛି ଲୋକଙ୍କ ନାମରେ ଠାକୁରମୁଣ୍ଡା ବନ ବିଭାଗ ଏକ ମାମଲା ରୁଜୁ କରି ଚୁପ ବସିବା କାରଣରୁ ଆଜି ଦୁଇଟି ଗାଁ ମଧ୍ୟରେ ବିବାଦ ଦେଖା ଦେଇଥିବା ଅଭିଯୋଗ ହୋଇଛି ।

କିଛିଦିନ ପୂର୍ବରୁ ଶତାଧିକ ତରାମରା ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ସେଠାରେ ଖୁଣ୍ଟଡ଼ିହା ଗ୍ରାମବାସୀ ଫସଲ ଜଗିବାକୁ କରିଥିବା ଏକ ଅସ୍ଥାୟୀ କୁଡ଼ିଆକୁ ଭାଙ୍ଗି ଦେଇଥିଲେ । ଏନେଇ ଖୁଣ୍ଟଡ଼ିହା ଗ୍ରାମବାସୀଙ୍କ ପକ୍ଷରୁ ଆନନ୍ଦପୁର ଥାନାରେ ଅଭିଯୋଗ ପରେ ଆନନ୍ଦପୁର ଥାନା ପୋଲିସ ଦୁଇ ଜଣକୁ ଗିରଫ କରିଛି । ଏହି ମାମଲା ୮ଜଣଙ୍କ ନାମରେ ରୁଜୁ ହୋଇଥିବା ବେଳେ ସେଥି ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣା ପରେ ଏବେ ଉଭୟ ଗାଁରେ ତିକ୍ତତା ଲାଗି ରହିଛି । ଅନ୍ୟ ଏକ ଜିଲ୍ଲାର ଲୋକେ ସଂରକ୍ଷିତ ଜଙ୍ଗଲ କାଟି ସଫା କରି ସେଠାରେ ଧାନ ଚାଷ କରିଦେଲେ ହେଲେ ବନବିଭାଗ କେମିତି ଜାଣି ପାରିଲା ନାହିଁ ବୋଲି ପ୍ରଶ୍ନ କରିଛି ସ୍ଥାନୀୟ ଲୋକେ । ତେବେ ଏକର ଏକର ଜଙ୍ଗଲ ସଫା ହୋଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ ସେପରି କିଛି ଆଖି ଦୃଶିଆ ପଦକ୍ଷେପ ବର୍ତ୍ତମାନ ସୁଦ୍ଧା ନିଆ ଯାଇନାହିଁ ଯାହା ଫଳରେ ଆଗାମୀ ଦିନରେ ଏହା ଏକ ଜନ ଆନ୍ଦୋଳନର ରୂପ ନେବ ବୋଲି ଗ୍ରାମବାସୀ ମାନେ ମତ ଦେଇଛନ୍ତି । ସେପଟେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ଗତକାଲି(ସୋମବାର) ସନ୍ଧ୍ୟାରେ ତରାମରା ଗାଁରୁ ବୁହୁ ଲୋକ ଠାକୁରମୁଣ୍ଡା ରେଞ୍ଜ ଅଫିସକୁ ଆସି ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ଏହି ସମସ୍ୟା ର ସମାଧନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ ଦେଇଛନ୍ତି ତରାମରା ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.