ETV Bharat / state

ଜମି ମାପ କରିବାକୁ ଆସିଥିବା ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ - ତହସିଲଦାରଙ୍କ ଉପରେ ଗ୍ରାମବାସୀଙ୍କ ଆରୋପ

ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କ ଉପରେ ଗ୍ରାମବାସୀଙ୍କ ଆରୋପ । ଉଭୟଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ.

Tahasildar detain by villagers
ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କୁ ଅଟକ
author img

By

Published : Jan 26, 2023, 10:01 AM IST

ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କୁ ଅଟକ

ରାଇରଙ୍ଗପୁର: ଗ୍ରାମ ମୁଖ୍ୟଙ୍କୁ ସୂଚିତ ନକରି ଜମି ମାପ କରିବାକୁ ଆସିଥିବା ଜାମଦା ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କୁ ମୟୂରଭଞ୍ଜ ଜିଲ୍ଲା ଜାମଦା ତହସିଲ ଅନ୍ତର୍ଗତ ବଡକୁଲେଇବିରା ଗ୍ରାମପଞ୍ଚାୟତର ବଡକୁଲେଇବିରା ଓ ଗହିରାବାସୀ ଅଟକ ରଖିଥିଲେ । କଳକାରଖାନା ପ୍ରତିଷ୍ଠା ନେଇ ଜମି ଅଧିଗ୍ରହଣ କରାଯିବା ନେଇ ଜମି ଚିହ୍ନଟ ଓ ମାପ ପ୍ରକ୍ରିୟା ଚାଲିଥିବା ବେଳେ ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ । ଏହାସହିତ ଜିଲ୍ଲାର ଅଗ୍ରଣୀ ସଂଗଠନ ପେସା ଗ୍ରାମସଭା ସମନ୍ବୟ ସମିତିର ମାର୍ଗଦର୍ଶନରେ ପେସା ଆଇନ୍ ୧୯୯୬' ଅନୁଯାୟୀ ପେସା ଗ୍ରାମସଭା ଗଠନ କରାଯାଇ ଗ୍ରାମ ଗଣତନ୍ତ୍ର ପ୍ରତିଷ୍ଠା କରାଯାଇଛି ।

ପେସା ଆଇନ୍ ଅନୁସାରେ ଆଦିବାସୀ ଅଧ୍ୟୁଷିତ ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଜଳ, ଜଙ୍ଗଲ ଜମିର ମାଲିକ ହେଉଛନ୍ତି ଆଦିବାସୀ । ତେଣୁ ସମ୍ପୃକ୍ତ ଅଞ୍ଚଳରେ କୌଣସି କାର୍ଯ୍ୟ କିମ୍ବା ଗତିବିଧି ପାଇଁ ଗ୍ରାମ ମୁଖ୍ୟ କିମ୍ବା ଗ୍ରାମବାସୀଙ୍କ ଅନୁମତିର ଆବଶ୍ୟକତା ରହିଛି । ତେବେ ବିଭିନ୍ନ କ୍ଷେତ୍ରରେ ସରକାରୀ ବିଭାଗ ଏବଂ ସରକାରୀ ଅଧିକାରୀଙ୍କ ଦ୍ବାରା ଏହି ଆଇନକୁ ବାରମ୍ବାର ଉଲ୍ଲଂଘନ କରାଯାଇ ଆଦିବାସୀଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । ଏନେଇ ପୂର୍ବରୁ ମଧ୍ୟ ସରକାରୀ କର୍ମଚାରୀମାନଙ୍କୁ ତାଗିଦ କରିବା ସତ୍ତ୍ବେ ଗ୍ରାମବାସୀଙ୍କୁ ସୂଚିତ ନକରି ଜମି ମାପ କରିବାକୁ ଆସିଥିବା ଜାରକାଣି ରାଜସ୍ବ ନିରୀକ୍ଷକ ବିଶ୍ବଜିତ ସାହୁ, ତାପସ କୁମାର ମାହାତୋ ଓ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ।

ପରେ ତହସିଲଦାର ଚିତ୍ତରଞ୍ଜନ ମହାନ୍ତ ଓ ଅତିରିକ୍ତ ତହସିଲଦାର ବିକାଶ ମୁଣ୍ଡାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଜାମଦା ଥାନାଧିକାରୀ ଓ ବହଳଦା ଥାନା ଅଧିକାରୀ ଦଳବଳ ସହ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିବା ସହିତ ସ୍ଥିତି ଉପରେ ନଜର ରଖିଥିଲେ ।

ପରେ ତହସିଲଦାର ଘଟଣାସ୍ଥଳରୁ ଫେରିଯାଇଥିବା ବେଳେ ଅତିରିକ୍ତ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ସହିତ ଅନ୍ୟ କର୍ମଚାରୀମାନେ ଗ୍ରାମବାସୀଙ୍କ ଦ୍ବାରା ଲିଖିତ ସତ୍ୟପାଠ ଯଥା ସମ୍ପୃକ୍ତ ଗ୍ରାମ ଅଞ୍ଚଳରେ ଗ୍ରାମବାସୀଙ୍କ ଅନୁମତି ନେଇ କାର୍ଯ୍ୟ କରିବେ ବୋଲି ଦସ୍ତଖତ କରି ଗ୍ରାମବାସୀଙ୍କ କବଳରୁ ମୁକୁଳିଥିଲେ।

ତେବେ ଇତି ମଧ୍ୟରେ ବଡ କୁଲେଇବିରା ସରପଞ୍ଚ ଆଝ ମୁର୍ମୁ ଗ୍ରାମବାସୀଙ୍କ ସପକ୍ଷ ନେଇ ଅତିରିକ୍ତ ତହସିଲଦାର ବିକାଶ ମୁଣ୍ଡାରୀଙ୍କ ସହିତ ବାର୍ତ୍ତାଳାପ କରୁଥିବାବେଳେ ଅତିରିକ୍ତ ତହସିଲଦାର ମୁଣ୍ଡାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶ୍ଳୀଳ ଭାଷାରେ ବିଭିନ୍ନ ଆରୋପ ଲଗାଇ ସୋସିଆଲ ମିଡିଆରେ ବଦନାମ କରିବାକୁ ଧମକ ଦେଇଥିବା ଅଭିଯୋଗ କରିଥିଲେ ।

ଉକ୍ତ ଘଟଣା ଉପରେ ଜିଲ୍ଲା ପେସା ଗ୍ରାମସଭା ସମନ୍ବୟ ସମିତି ଜିଲ୍ଲାସଭାପତି ତଥା ରାଜ୍ୟ ସମ୍ପାଦକ ପାଣ୍ଡୁରାମ ହେମ୍ବ୍ରମ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହିତ ଗହିରା ପେସାଗ୍ରାମସଭା ସଭାପତି ରାମଚନ୍ଦ୍ର ସୋରେନ୍, ସମ୍ପାଦକ ଜାଦୁନାଥ ହେମ୍ବ୍ରମ ତଥା ବଡକୁଲେଇବିରା ପେସା ଗ୍ରାମସଭା ସଭାପତି ଫୁରଲାଇ କିସ୍କୁ ଓ ସଂପାଦକ ସୁନ୍ଦରମୋହନ ହେମ୍ବ୍ରମଙ୍କ ସହିତ ବହଳଦା ବ୍ଲକ ପେସା ଗ୍ରାମସଭା ସଂଯୋଜକ ବସନ୍ତ ସାଣ୍ଡିଲ ଉପସ୍ଥିତ ଥିଲେ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.