ବାରିପଦା: ଜିଲ୍ଲାରେ ଅଂଶୁଘାତରେ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଦୁତିକାଦେଇପୁର ଗ୍ରାମର ଉତ୍ତମ କୁମାର ପଟୁଳିଆ ।
ଖବର ଅନୁଯାୟୀ, ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିଲା । ଏହି ଖରାରେ ଦିନସାରା କାମ କରିବା ପରେ ଘରକୁ ଫେରିଥିଲେ ଉତ୍ତମ । ତେବେ ଘରକୁ ଫେରିବା ପରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉତ୍ତମଙ୍କ ମୃତ୍ୟୁ ହୋଇଥିଲା । ତେବେ ଉତ୍ତମଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏହାକୁ ଅଂଶୁଘାତଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ