ରାଇରଙ୍ଗପୁର: ବିଷ ପିଇ ଜଣେ ବିବାହିତା ମହିଳାଙ୍କ ଆତ୍ମହତ୍ୟା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧୀନ ଜାମପାଣି ଗ୍ରାମରେ । ସୂଚନା ଅନୁଯାୟୀ ଜାମପାଣି ଗ୍ରାମର ରାଜୁ ମୁଣ୍ଡାଙ୍କ ସ୍ତ୍ରୀ ରତନି ମୁଣ୍ଡା କୌଣସି କାରଣରୁ କୀଟନାଶକ ଔଷଧ ଖାଇ ଦେଇଥିଲେ ।
ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଗୋରୁମହିଷାଣୀ ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୋରୁମହିଷାଣୀ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ