ବାରିପଦା: 10 ଦଫା ଦାବି ନେଇ ଏସୟୁସିଆଇ ପକ୍ଷରୁ କପ୍ତିପଦା ବ୍ଲକ ସମ୍ମୁଖରେ ବିକ୍ଷୋଭ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଏସୟୁସିଆଇ(କମ୍ୟୁନିଷ୍ଟ )ପକ୍ଷରୁ ରାସନ ପାଉନଥିବା ଲୋକଙ୍କୁ ରାସନ ଯୋଗାଇଦେବା, ବର୍ଦ୍ଧିତ ବିଦ୍ୟୁତ ବିଲକୁ ହ୍ରାସ କରିବା, ପ୍ରବାସୀଙ୍କୁ କାମ ଯୋଗାଇ ଦେବା ଭଳି 10 ଦଫା ଦାବିରେ କପ୍ତିପଦା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବିକ୍ଷୋଭକାରୀମାନେ ହାତରେ ପ୍ଲା କାର୍ଡ ଧରି ଏବଂ ବିଭିନ୍ନ ନାରା ଦେଇଥିଲେ । ଯଦି ସରକାର ଆଗାମୀ ଦିନରେ ଏହି ଦାବି ଗୁଡିକର ସମସ୍ୟାର ସମାଧାନ ନକରନ୍ତି ତେବେ ସଂଘ ପକ୍ଷରୁ ଏକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ