ETV Bharat / state

ଗୁରୁ ଦିବସ ଉପଲକ୍ଷେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ଆଜି ହେଉଛି ପବିତ୍ର ଗୁରୁ ଦିବସ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଅଁଳାଡୁବା ବାଦାମିବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ପବିତ୍ର ଗୁରୁ ଦିବସ ଉପଲକ୍ଷେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ

author img

By

Published : Sep 5, 2022, 4:12 PM IST

ରାଇରଙ୍ଗପୁର: ଆଜି ହେଉଛି ପବିତ୍ର ଗୁରୁ ଦିବସ । ଅଜ୍ଞାନ ରୂପି ଅନ୍ଧକାରକୁ ଆଲୋକିତ କରିବା ସହ ପ୍ରତ୍ୟେକ ମଣିଷର ପଥ ପ୍ରଦର୍ଶନ ଯିଏ କରିଥାନ୍ତି ସେ ହେଉଛନ୍ତି ଗୁରୁ । ତେବେ ସାରା ଦେଶ ଆଜି ଗୁରୁ ଦିବସ ପାଳନ କରୁଛି । ଏ ଅବସରରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଅଁଳାଡୁବା ବାଦାମିବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ପବିତ୍ର ଗୁରୁ ଦିବସ ଉପଲକ୍ଷେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ

ଏ ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରିଥିଲେ । ତେବେ ବାପା ମାଆଙ୍କ ପରେ ଗୁରୁଙ୍କ ଭୂମିକା ବିଷୟରେ ନିଜ ନିଜ ମତ ରଖିଥିଲେ ।

ଏହାବି ପଢନ୍ତୁ: Teachers Day 2022: ଗୁର-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ଗୁରୁ ଦିବସ

ପରେ ସେହି ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ୧୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ପାଇଁ ନିମନ୍ତ୍ରଣ କରାଯାଇଥିବାବେଳେ, ଉପସ୍ଥିତ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ସମ୍ବର୍ଦ୍ଧିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜଳମୟ ଓ ଆନନ୍ଦମୟ ହେଉ ବୋଲି କାମନା କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଥ ପଟ୍ଟନାୟକ ।

ରାଇରଙ୍ଗପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.