ETV Bharat / state

୨୫ କିଲୋମିଟର ଚାଲିଲେ ପିଲାଏ, ବିଦ୍ୟାଳୟ ସମସ୍ୟାର ସମାଧାନ ଦାବିରେ ଧାରଣା

ବିଦ୍ୟାଳୟର ସମସ୍ୟାକୁ ନେଇ ୨୫ କିଲୋମିଟର ଚାଲିଲା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପାଖାପାଖି ୫୦ ଜଣ ଛାତ୍ର । ଅଧିକ ପଢନ୍ତୁ

author img

By

Published : Jul 13, 2023, 12:36 PM IST

students protest
students protest
୨୫ କିଲୋମିଟର ଚାଲିଲେ ପିଲାଏ

ରାଇରଙ୍ଗପୁର : ୨୫ କିଲୋମିଟର ଚାଲିଲେ ସ୍କୁଲ ଛାତ୍ର । ପାଖାପାଖି ୫୦ ଜଣ ଛାତ୍ର ୨୫ କିଲୋମିଟର ଚାଲିଚାଲି ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା । ରାଜ୍ୟ ସରକାର 5T ଉପକ୍ରମରେ ସ୍କୁଲଗୁଡ଼ିକର ଉନ୍ନତିକରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟି ଚାଲୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି ।

କରଞ୍ଜିଆ ବ୍ଲକ ଦୁଧିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା ନାହିଁ, ସ୍କୁଲ୍‌ ଚାରିପାଖରେ ଅନାବନା ଗଛ ଉଠି ଜଙ୍ଗଲ ସୃଷ୍ଟି ହୋଇଛି । ଫଳରେ ଏକ ଶୈଖିକ ପରିବେଶ ସୃଷ୍ଟି ହେଉନି। ବିଦ୍ୟାଳୟର କୌଣସି ପାଚେରୀ ନଥିବା ବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନି। ଏଭଳି ସମସ୍ୟା ନେଇ ପୁରୁଣାପାଣି ଉଚ୍ଚ ବିଦ୍ୟାଳୟ ଛାତ୍ରମାନେ ଦୀର୍ଘ ୨୫ କିଲୋମିଟର ଚାଲିଚାଲି ଆସି କରଞ୍ଜିଆ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିବା ପରେ ସମସ୍ୟା ଅବଗତ କରାଇବା ସହ ଧାରଣାରେ ବସିଥିଲେ। ପୁରୁଣାପାଣି ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳ ପାଇଁ ନଳକୂପ ଖନନ, ବିଦ୍ୟାଳୟ ଚାରିପାଖରେ ଜଙ୍ଗଲ ଥିବାରୁ ସୁରକ୍ଷା ପାଇଁ ପାଚେରୀ ନିର୍ମାଣ ଓ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କରିବାକୁ ଛାତ୍ରମାନେ ଜିଦ୍ ଧରି ବସିଥିଲେ ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରମାନେ ଧାରଣାରେ ବସିବା ସହିତ ସ୍କୁଲର ସମସ୍ୟା ସବୁ ସମାଧାନ କରିବା ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦେଖା କରିବା ପାଇଁ ଅଡି ବସିଥିଲେ ପିଲାଏ । ତେବେ ଉପଜିଲ୍ଲାପାଳ ଗତକାଲି ଉପସ୍ଥିତ ନ ଥିବାରୁ ଖବର ପାଇ କରଞ୍ଜିଆ ବ୍ଲକର ବିଡ଼ିଓ ହୃଦାନନ୍ଦ ଓଝା ଓ କରଞ୍ଜିଆ ବିଇଓ ସେଠାରେ ପହଞ୍ଚି ଥିଲେ । ଛାତ୍ରମାନଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇ ସହ ସେମାନଙ୍କୁ ସ୍କୁଲ ହଷ୍ଟେଲ ପଠାଇ ଦିଆ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳିକୁ ବିରୋଧ, ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ

ହେଲେ ଛାତ୍ର ମାନେ ୨୫ କିଲୋମିଟର ଚାଲି ଚାଲି କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଖବର କରଞ୍ଜିଆ ପ୍ରଶାସନ ପାଖରେ ନଥିଲା । ଉକ୍ତ ସ୍କୁଲରେ ଏଭଳି ସମସ୍ୟା ଥାଇ ମଧ୍ୟ କିପରି ପ୍ରଶାସନ ନଜରକୁ ଆସୁନାହିଁ । ପାଖାପାଖି ୫୦ ଜଣ ଛାତ୍ର ଥିବା ବେଳେ ରାସ୍ତାରେ କୌଣସି ଦୁର୍ଘଟଣା ଘଟିଥିଲେ କିଏ ଦାୟୀ ହୋଇଥାନ୍ତା ? ଏନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଅନ୍ୟପଟେ ବିଭାଗୀୟ ଅଧିକାରୀମାନେ ଛାତ୍ରମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.