ETV Bharat / state

ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା, ଅନ୍ଧାରରେ ଛାତ୍ର ଭବିଷ୍ୟତ

ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବହେଳା ଯୋଗୁଁ ଅନ୍ଧାରରେ ଛାତ୍ରଙ୍କ ଭବିଷ୍ୟତ । ଏନରୋଲମେଣ୍ଟ ନମ୍ବର ନଦେବାରୁ ବାହିରିଲାନି ଦଶମ ପରିକ୍ଷା ଫଳ ।

author img

By

Published : Jul 11, 2019, 9:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଶିକ୍ଷା ବିଭାଗର ଖମଖିଆଲି ନୀତି ଯୋଗୁଁ ବଳିପଡିଲେ ଛାତ୍ର । ସ୍କୁଲ କର୍ତ୍ତୃପକ୍ଷ କାହ୍ନୁର ଏନରୋଲମେଣ୍ଟ ନମ୍ବର ଭୁଲ ଦେବା ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଛାତ୍ର କାହ୍ନୁ ସିଂ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଖୁଣ୍ଟାପୁର ରେ ଥିବା ସତ୍ୟସାଇ ବିଦ୍ୟାପୀଠର ଦଶମ ଶ୍ରେଣୀର ଆଦିବାସୀ ଛାତ୍ରଙ୍କ ସହ ଘଟିଛି ଏମିତି ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଚଳିତ ବର୍ଷ କାହ୍ନୁ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ତେବେ ସ୍କୁଲ କର୍ତ୍ତୃପକ୍ଷ କାହ୍ନୁର ଏନରୋଲମେଣ୍ଟ ଭୁଲ ଯୋଗୁଁ ତାଙ୍କର ପରିକ୍ଷାଫଳ ବାହାରିନାହିଁ । ଦୀର୍ଘଦିନ ହେବ ଏ ବାବଦରେ କାହ୍ନୁଙ୍କ ପରିବାରବର୍ଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ ସେ ଏନେଇ କୌଣସି ପଦକ୍ଷେପ ନେଇନଥିଲେ । ଯାହାକୁ ନେଇ ଆଜି କାହ୍ନୁଙ୍କ ପରିବାର ତଥା ଗ୍ରାମବାସୀ ସ୍କୁଲ ତାଲା ପକାଇ ନ୍ୟାୟ ମାଗିଥିଲେ ।

ଏହାପରେ ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ ଓ ଜିଲ୍ଲା ଶିକ୍ଷାଧିକାରୀ ପହଞ୍ଚି ଛାତ୍ରଙ୍କ ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି କାହ୍ନୁ କିପରି ଆଉଥରେ ପରୀକ୍ଷା ଦେବ ଏବଂ ତଦନ୍ତ ପରେ 15 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ଆଦିବାସୀ ଛାତ୍ର ଜଣକ କିପରି ପରିକ୍ଷା ଦେବ ସେ ନେଇ ଦାୟିତ୍ବ ନେଇଛନ୍ତି ନିଜେ ଜିଲ୍ଲା ଶିକ୍ଷାଧିକାରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଶିକ୍ଷା ବିଭାଗର ଖମଖିଆଲି ନୀତି ଯୋଗୁଁ ବଳିପଡିଲେ ଛାତ୍ର। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଖୁଣ୍ଟାପୁର ରେ ଥିବା ସତ୍ୟସାଇ ବିଦ୍ୟାପୀଠ ର ଦଶମ ଶ୍ରେଣୀ ଆଦିବାସୀ ଛାତ୍ର କାହ୍ନୁ ସିଂ ଙ୍କ ଭବିଷ୍ୟତ ଅନ୍ଧାର। ସ୍କୁଲ କର୍ତ୍ତୃପକ୍ଷ ଙ୍କ ଭୁଲ ଓ ଖାମଖିଆଳି ନୀତି ପାଇଁ କାହ୍ନୁ ଙ୍କ ଭବିଷ୍ୟତ ଅନ୍ଧାର କୁ ଠେଲି ହୋଇଆଯାଇଅଛି। ଚଳିତ ବର୍ଷ କାହ୍ନୁ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ତେବେ ସ୍କୁଲ କର୍ତ୍ତୃପକ୍ଷ କାହ୍ନୁ ର ଏନରୋଲମେଣ୍ଟ ଭୁଲ ଯୋଗୁଁ ପରୀକ୍ଷା ଫଳ ବହାରିନାହିଁ ଯାହା ଫଳରେ କାହ୍ନୁ ଉଚ୍ଚ ଶିକ୍ଷା ରୁ ବଞ୍ଚିତ ହୋଇଛନ୍ତି। ତେବେ ଦୀର୍ଘ ଦିନ ହେବ ଏ ବାବଦରେ କାହ୍ନୁ ଙ୍କ ପରିବାର ବର୍ଗ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଜଣାଇ ଥିଲେ ମଧ୍ୟ କର୍ଣ୍ଣପାତ କରିନଥିଲେ ଶିକ୍ଷାଧିକାରୀ। ଆଜି କାହ୍ନୁ ଙ୍କ ପରିବାର ବର୍ଗ ଙ୍କ ସହ ଗ୍ରାମବାସୀ ଖୁଣ୍ଟାପୁର ସତ୍ୟସାଇ ବିଦ୍ୟାପୀଠ କୁ ତାଲା ପକାଇ ବନ୍ଦ କରିଥିଲେ। ସ୍କୁଲ ଫାଟକ ସମ୍ମୁଖରେ ନ୍ୟାୟ ପାଇଁ ଗେଟ ରେ ଚାବି ମାରି ବସିଥିଲେ ଗ୍ରାମବାସୀ। ସ୍କୁଲ ବନ୍ଦ ହେବାପରେ ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ , ଜିଲ୍ଲା ଶିକ୍ଷାଧିକାରୀ ପହଞ୍ଚି ଆଦିବାସୀ ଛାତ୍ର କାହ୍ନୁ ଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀ ଙ୍କ ସହ ଆଲୋଚନା କରି କାହ୍ନୁ କିପରି ଆଉଥରେ ପରୀକ୍ଷା ଦେବ ଏବଂ ତଦନ୍ତ ପରେ ସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ଭୁଲ ଥିଲେ 15 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା। ଜିଲ୍ଲା ଶିକ୍ଷାଧିକାରୀ ନିଜେ ପିଲା କିପରି ପରୀକ୍ଷା ଦେବ ସେ ନେଇ ଦାୟିତ୍ୱ ନେଇଛନ୍ତି। Body:ତେବେ ପ୍ରଶ୍ନ ଉଠୁଛି କାହାର ଭୁଲ ପାଇଁ ଆଦିବାସୀ ଛାତ୍ର ଙ୍କ ଭବିଷ୍ୟତ ଅନ୍ଧାର କୁ ଠେଲିହୋଇଗଲା ଦୋଷୀ କିଏ ସବୁ ତଦନ୍ତ ପରେ ଦୋଷୀ ଙ୍କୁ କି ଦଣ୍ଡ ମିଳୁଛି ଦେଖିବାକୁ ବାକି ରହିଲା।
ବାଇଟ-କାହ୍ନୁ ସିଂ-ଛାତ୍ର
ବାଇଟ-ଧ୍ରୁବ ଚରଣ ବେହେରା-ଜିଲ୍ଲା ଶିକ୍ଷାଧିକାରୀConclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.