ETV Bharat / state

ପୁଣି ମୟୂରଭଞ୍ଜରୁ ବାଘଛାଲ ଜବତ, ଡିଲ୍ ବେଳେ ମାଡିବସିଲା STF - ଏସଟିଏଫ

ପୁଣି ମୟୂରଭଞ୍ଜରୁ ବାଘଛାଲ ଜବତ କଲା STF । ଦୁଇ ଗିରଫ । ଅଧିକ ପଢନ୍ତୁ....

ପୁଣି ମୟୂରଭଞ୍ଜରୁ ବାଘଛାଲ ଜବତ, ଡିଲ୍ ବେଳେ ମାଡି ବସିଲା STF

author img

By

Published : Nov 2, 2021, 1:30 PM IST

Updated : Nov 2, 2021, 3:46 PM IST

ରାଇରଙ୍ଗପୁର: ମାତିଛନ୍ତି ବାଘ ଶିକାରୀ । ପୁଣି ମୟୂରଭଞ୍ଜରୁ ଜବତ ହେଲା ବାଘଛାଲ । ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅନ୍ତର୍ଗତ ଚଟାଣି ବସଷ୍ଟାଣ୍ଡରେ ଏକ କଲରାପତିରିଆ ବାଘଛାଲର ଡିଲ୍‌ କରୁଥିଲେ ଶିକାରୀ । ତେବେ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ STF ଟିମ୍‌ ପହଞ୍ଚି ବାଘଛାଲ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୁଣି ମୟୂରଭଞ୍ଜରୁ ବାଘଛାଲ ଜବତ, ଡିଲ୍ ବେଳେ ମାଡିବସିଲା STF

ଗିରଫ ଅଭିଯୁକ୍ତ ପଳାଶବଣି ଗ୍ରାମର ଅଜିତ କୁମାର ଗିରି ଓ ଖୁଣ୍ଟା ଥାନା ଯଦୁରଘେରା ଗ୍ରାମର ଚନ୍ଦ୍ରକାନ୍ତ କାର୍ଜି ବୋଲି ଜଣା ପଡ଼ିଛି । STF ଟିମ୍‌ ଜବତ କରିଥିବା ବାଘଛାଲ ୪ ଫୁଟ ଲମ୍ବ ଓ ଓସାର ଦୁଇ ଫୁଟ ବୋଲି ସୂଚନା ଦେଇଛି STF ଟିମ୍‌ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ଆଉ କେଉଁମାନେ ସାମିଲ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି ।

ଗିରଫ ଦୁଇ ଅଭିଯୁକ୍ତଙ୍କୁ ବିଶୋଇ ଥାନାରେ ଅଟକ ରଖାଯାଇ ସେଠାରେ ରାଇରଙ୍ଗପୁର ଡିଏଫଓଙ୍କ ଉପସ୍ଥିତିରେ ପଚରାଉଚରା ଜାରି ରହିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି STF ଟିମ୍‌ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

Last Updated : Nov 2, 2021, 3:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.