ETV Bharat / state

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ବାପାକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କଲା ପୁଅ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ ।

Son hacks father to death in Mayurbhanj
Son hacks father to death in Mayurbhanj
author img

By

Published : May 2, 2023, 7:31 AM IST

ରାଇରଙ୍ଗପୁର: ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ । ବାପା ରକ୍ତରେ ହୋଲି ଖେଳିଲା ପୁଅ । ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ପଟକାଡ଼ିହି ଗ୍ରାମରେ । ମୃତକ ହେଉଛନ୍ତି ସେହି ଗ୍ରାମର ଗୁଡ଼ୁରା ଟୁଡୁ । ରବିବାର ବିଳମ୍ବିତ ରାତିର ଅଭିଯୁକ୍ତ ପୁଅ କୁସୁନୁ ଟୁଡୁ ନିଶାସକ୍ତ ଅବସ୍ଥାରେ ନିଜ ଜନ୍ମକଲା ବାପାକୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ପଟକାଡିହି ଗ୍ରାମର ଗୁଡ଼ୁରା ଟୁଡୁ ବିଳମ୍ବିତ ରାତିରେ ଖାଇପିଇ ଶୋଇବା ସମୟରେ ନିଜ ବଡପୁଅ ସହିତ ଯୁକ୍ତିତର୍କ ହୋଇଥିଲା । ବଡ଼ପୁଅ କୁସୁନୁ ଟୁଡୁ ରାତିରେ ନିଶାସକ୍ତ ଅବସ୍ଥାରେ ଆସି ବାପା ଗୁଡୁରାକୁ ଅଭଦ୍ର ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲା । ଏହାକୁ ପ୍ରତିବାଦ କରିବାରୁ ପୁଅ କୁସୁନୁ ରାଗରେ ଉତ୍ୟକ୍ତ ହୋଇ ପାଖରେ ଥିବା ଏକ ଟାଙ୍ଗିଆ ସାହାଯ୍ୟରେ ବାପାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଚିତ୍କାର ଶୁଣି ଆଖପାଖ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ରକ୍ତାକ୍ତ ଅବସ୍ଥାରେ ଗୁଡୁରାଙ୍କ ମୃତଦେହ ତଳେ ପଡିଥିଲା । ଗାଁ ଲୋକ ଆସିବାରୁ ହତ୍ୟାକାରୀ ପୁଅ କୁସୁନୁ ଟୁଡୁ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ରୋଗ ଶଯ୍ୟାରେ ଅସହାୟ ଦମ୍ପତି; ସରକାରଙ୍କ କାନରେ ପଡୁନି ଭଙ୍ଗା ଦଦରା ଘର ଲୋକଙ୍କ ଡାକ

ଏନେଇ ପରିବାର ଲୋକେ ନିକଟସ୍ଥ ଝରାଡ଼ିହି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଝରାଡ଼ିହି ଫାଣ୍ଡି ପୋଲିସ ଏବଂ ତିରିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଅଧିକ ତଦନ୍ତ ପାଇଁ ପୋଲିସ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡ଼କାଇଥିଲେ । ସାଇଣ୍ଟିଫିକ ଟିମ୍ ଓ ପୋଲିସର ତଦନ୍ତ ପରେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରାଯିବା ସହିତ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଯାଇଛି । ନିଶାସ୍ତକ୍ତ ଅବସ୍ଥାରେ ଅଭିଯୁକ୍ତ ନିଜ ବାପାକୁ ହତ୍ୟା କରିଥିବା ଜଣାପଡିଥିବା ବେଳେ ହତ୍ୟାକାରୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.