ରାଇରଙ୍ଗପୁର: ବାପର ଠେଙ୍ଗାମାଡରେ ପୁଅର ମୃତ୍ୟୁ, ବୋହୂ ଆହତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ତାମଳବନ୍ଧ ଗ୍ରାମରେ।
ସୂଚନାଅନୁଯାୟୀ, ରାମ ଟୁଡୁ, ପୁଅ ଗୋପୀନାଥ ଟୁଡୁ ଓ ବୋହୂ ଯାଶ୍ମି ଟୁଡୁ ତାମଳବନ୍ଧ ଗ୍ରାମରେ ବସବାସ କରୁଥିବା ବେଳେ ବାସଗୃହର ଉପର ଭାଗରେ ରାମ ଓ ତଳ ଭାଗରେ ପୁଅ ଗୋପୀନାଥ ରହୁଥିଲେ । ତେବେ ବର୍ଷା ହେଲେ ରାମଙ୍କ ଘର ପଟୁ ବର୍ଷାଜଳ ଆସି ଗୋପୀନାଥଙ୍କ ଘରେ ପଶିଥାଏ । ଏ ନେଇ ଉଭୟ ବାପ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା ।
ଏଥିରେ ବାପା ରାମ କ୍ରୋଧାନ୍ବିତ ହୋଇ ଏକ ଠେଙ୍ଗାରେ ଉଭୟ ପୁଅ ବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଗୋପୀନାଥଙ୍କ ମୁଣ୍ଡରେ ଶକ୍ତ ପ୍ରହାର ଯୋଗୁଁ ରକ୍ତ ଜୁଡୁବୁଡୁ ଚେତାଶୂନ୍ୟ ଅବସ୍ଥାରେ ଗୋପୀନାଥଙ୍କୁ ଉଦ୍ଧାର କରି ପ୍ରଥମେ ମଣଦା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେପଟେ ବୋହୂ ଶଶୂରଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିବା ପରେ ବିଶୋଇ ଥାନା ପୋଲିସ ରାମ ଟୁଡୁଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଅନ୍ୟପଟେ ବାରିପଦାରୁ ସାଇଣ୍ଟିଫିକ ଟିମ ମଧ୍ୟ ଆସି ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଥିବା ଜଣାପଡିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ