ETV Bharat / state

ଅଭାବୀ ପୂଜକଙ୍କୁ ରାସନ ବାଣ୍ଟିଲେ ସୋଏମଆଇ ଓ ମୟୂରଭଞ୍ଜ ରାଜ ପରିବାର

author img

By

Published : May 30, 2020, 11:04 PM IST

Updated : May 31, 2020, 9:25 AM IST

ଲକଡାଉନ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ମଠ ମନ୍ଦିରର ପୂଜକ । ଏପରି ସ୍ଥିତିରେ ଜିଲ୍ଲାର ବିଭିନ୍ନ ମଠ ଓ ମନ୍ଦିରର 108 ପୂଜକଙ୍କୁ ରାସନ ସାମଗ୍ରୀ ବାଣ୍ଟିଛନ୍ତି ସୋଏମଆଇ ଫାଉଣ୍ଡେସନ ଓ ମୟୂରଭଞ୍ଜ ରାଜ ପରିବାର ।

help to math and temple priests, mayurbhanj latest news, ration distribution to mayurbhanj priests, somi and royal family's help to needy priest, ମଠ ଓ ମନ୍ଦିର ପୂଜକଙ୍କୁ ସହଯୋଗ, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ ପୂଜକଙ୍କୁ ରାସନ ବଣ୍ଟନ, ସୋଏମଆଇ ଓ ରାଜ ପରିବାରର ପୂଜକଙ୍କୁ ରାସନ ବଣ୍ଟନ
ଅଭାବୀ ପୂଜକଙ୍କୁ ରାସନ ବାଣ୍ଟିଲେ ସୋଏମଆଇ ଓ ମୟୂରଭଞ୍ଜ ରାଜ ପରିବାର

ବାରିପଦା: ଲକଡାଉନ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ମଠ ମନ୍ଦିରର ପୂଜକ । ଏପରି ସ୍ଥିତିରେ ଜିଲ୍ଲାର ବିଭିନ୍ନ ମଠ ଓ ମନ୍ଦିରର 108 ପୂଜକଙ୍କୁ ରାସନ ସାମଗ୍ରୀ ବାଣ୍ଟିଛନ୍ତି ସୋଏମଆଇ ଫାଉଣ୍ଡେସନ ଓ ମୟୂରଭଞ୍ଜ ରାଜ ପରିବାର । କୋରୋନା ମହାମାରୀ ଯୋଗୁଁ ଏବେ ସମସ୍ତେ ଚିନ୍ତିତ ଥିବା ବେଳେ ବାରିପଦା ସହରର ବିଭିନ୍ନ ମନ୍ଦିର ଓ ମଠମାନଙ୍କର ପୂଜକମାନେ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ।

ଏନେଇ ପୂଜକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସୋଏମଆଇ ଫାଉଣ୍ଡେସନ ଓ ମୟୂରଭଞ୍ଜ ରାଜ ପରିବାର । ଏହି ଅବସରରେ ବାରିପଦା ଷ୍ଟାଡିୟମଠାରେ ମୟୂରଭଞ୍ଜ ରାଜ ପରିବାର ଓ ସୋଏମଆଇ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ, ରାଜକୁମାରୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ ପ୍ରମୁଖ ଯୋଗ ଦେଇ ବାରିପଦା ସହରର ବିଭିନ୍ନ ମନ୍ଦିର ଓ ମଠର 108 ପୂଜକଙ୍କୁ 15 ଦିନର ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି ।

ତେବେ ଏହି କାର୍ଯ୍ୟକ୍ରମ ସୋଏମଆଇ ଫାଉଣ୍ଡେସନ ବାରିପଦା ଚାପ୍ଟର ମୁଖ୍ୟ ବିଭୂଦତ୍ତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 31, 2020, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.