ETV Bharat / state

ଲକଡାଉନରେ ସାମାଜିକ କର୍ମୀଙ୍କ ମହାନତା, ଗରିବଙ୍କୁ ଦେଲେ ରନ୍ଧା ଖାଦ୍ୟ - ମୟୂରଭଞ୍ଜରେ ଲକଡାଉନ

21 ଦିନ ପାଇଁ ଲକଡାଉନ ଘୋଷଣା ପରେ ବାରିପଦା ସହରର ରାସ୍ତା କଡରେ ରହୁଥିବା ଗରିବ ଓ ମାନସିକ ବିକାରଗ୍ରସ୍ତ ଲୋକଙ୍କ ଖାଦ୍ୟ ବାଣ୍ଟିଛନ୍ତି ‘ହେଲପିଂ ବୟ’ର ଯୁବଗୋଷ୍ଠୀ। ଅଧିକ ପଢନ୍ତୁ...

Social worker helped poor people in mayurbhanj, mayurbhanj latest news, lockdown in mayurbhanj, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ ଲକଡାଉନ, ମୟୂରଭଞ୍ଜରେ ସାମାଜିକ କର୍ମୀଙ୍କ ମହାନତା
ଲକଡାଉନରେ ସାମାଜିକ କର୍ମୀଙ୍କ ମହାନତା , ଗରିବଙ୍କୁ ଦେଲେ ରନ୍ଧା ଖାଦ୍ୟ
author img

By

Published : Mar 28, 2020, 7:43 PM IST

ବାରିପଦା: 21 ଦିନ ପାଇଁ ଲକଡାଉନ ଘୋଷଣା ପରେ ବାରିପଦା ସହରର ରାସ୍ତା କଡରେ ରହୁଥିବା ଗରିବ ଓ ମାନସିକ ବିକାରଗ୍ରସ୍ତ ଲୋକଙ୍କ ଖାଦ୍ୟ ବାଣ୍ଟିଛନ୍ତି ‘ହେଲପିଂ ବୟ’ର ଯୁବଗୋଷ୍ଠୀ। ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଏମାନେ ଖାଇବାକୁ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଏମିତିରେ ସାହାଯ୍ୟର ହାତ ବଢାଇଛି ‘ହେଲପିଂ ବୟ’ ଅନୁଷ୍ଠାନ ।

ଲକଡାଉନରେ ସାମାଜିକ କର୍ମୀଙ୍କ ମହାନତା , ଗରିବଙ୍କୁ ଦେଲେ ରନ୍ଧା ଖାଦ୍ୟ

କୋରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇଁ ସାରା ଦେଶକୁ ଲକ ଡାଉନ କରାଯାଇଛି। ଏହି ସମୟରେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ଯୋଗୁଁ ଗରିବମାନେ ଖାଇବାକୁ ନପାଇ ରାସ୍ତା କଡରେ ଅତି କଷ୍ଟରେ ଜୀବନ କାଟୁଛନ୍ତି । ସେଥିପାଇଁ ‘ହେଲପିଂ ବୟ’ ସଂଗଠନର କିଛି ସ୍ବେଚ୍ଛାସେବୀ ଯୁବକଙ୍କ ସହ ଯୁବ ସାମ୍ବାଦିକମାନେ ସହର ମଧ୍ୟରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଓ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟିଥିଲେ।

ତେବେ ଖାଦ୍ୟ ଦେବା ଆଗରୁ କର୍ମକର୍ତ୍ତାମାନେ ଏହି ଅସହାୟ ଲୋକଙ୍କ ହାତ ଧୋଇ ଦେବା ସହ ରନ୍ଧା ଖାଦ୍ୟ ଖାଇବାକୁ ଦେଇଥିବା ଦେଖିବାକୁ ମିଳିଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.