ETV Bharat / state

କୁକୁଡ଼ା ଭାଡ଼ିରେ ପଶି ଅଣ୍ଡା ଗିଳିଲା ନାଗ

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କଦଳିପାଳ ଗାଁର ଭରତ ଚନ୍ଦ୍ର ମହାନ୍ତଙ୍କ ଘରୁ ଅଣ୍ଡା ଗିଲିଥିବା 6 ଫୁଟର ନାଗସାପ ଉଦ୍ଧାର କରାଯାଇଛି ।

author img

By

Published : Sep 6, 2019, 4:38 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା:କୁକୁଡ଼ା ଭାଡ଼ିରେ ପଶି ଅଣ୍ଡା ଗିଳିଲା ନାଗ । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କଦଳିପାଳ ଗାଁର ଭରତ ଚନ୍ଦ୍ର ମହାନ୍ତଙ୍କ ଘରୁ ଅଣ୍ଡା ଗିଲିଥିବା 6 ଫୁଟର ନାଗସାପ ଉଦ୍ଧାର କରାଯାଇଛି ।

ଗତ କିଛି ଦିନ ହେବ ଭରତଙ୍କ କୁକୁଡ଼ା ଭାଡ଼ିରେ କୁକୁଡ଼ା ଛୁଆ ମରିବା ସହ ଅଣ୍ଡାଗୁଡିକ ଭାଡ଼ିରୁ ଉଭାନ୍ ହୋଇଯାଉଥିଲା। ତେବେ ଗୁରୁବାର ଭରତ କୁକୁଡ଼ା ଭାଡ଼ିରେ ଏକ 6 ଫୁଟିଆ ନାଗ ସାପକୁ ଦେଖିଥିଲେ । ଏହାପରେ ସେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ତେବେ ସ୍ନେକ ହେଲ୍ପ ଲାଇନର କର୍ମଚାରୀ କୃଷ୍ଣ ଗୋଛାୟାତ ଏବଂ ତାଙ୍କ ସ୍ତ୍ରୀ ସସ୍ମିତା ଗୋଛାୟାତ ଘଟଣା ସ୍ଥଳରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ । ଏହାପରେ ଉଦ୍ଧାର ହୋଇଥିବା ନାଗ ସାପଟି ଗିଳିଥିବା ଅଣ୍ଡାକୁ ଗୋଟିଏ ପରେ ଗୋଟିଏ ପାଟିରୁ ବାହାର କରିଥିଲା । ଏହାପରେ ଉଦ୍ଧାର ନାଗ ସାପକୁ ସସ୍ମିତା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:କୁକୁଡ଼ା ଭାଡ଼ିରେ ପଶି ଅଣ୍ଡା ଗିଳିଲା ନାଗ , ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ର କଦଳିପାଳ ଗାଁ ର ଭରତ ଚନ୍ଦ୍ର ମହାନ୍ତ ଙ୍କ ଘରୁ ଅଣ୍ଡା ଗିଲିଥିବା 6 ଫୁଟ ର ନାଗସାପ ଉଦ୍ଧାର। ଗତ କିଛି ଦିନ ହେବ ଭରତ ଙ୍କ କୁକୁଡ଼ା ଭାଡ଼ିରେ କୁକୁଡ଼ା ଛୁଆ ମରିବା ସହ କୁକୁଡ଼ା ଅଣ୍ଡା ଭାଡ଼ିରୁ ଗାଏଭ ହୋଇଯାଉଥିଲା। ଆଜି ଭରତ କୁକୁଡ଼ା ଭାଡ଼ିରେ ଏକ 6 ଫୁଟିଆ ନାଗ ସାପ କୁ ଦେଖିବା ପରେ ସ୍ନେକ ହେଲ୍ପ ଲାଇନ ର କୃଷ୍ଣ ଗୋଛୟତ କୁ ଖବର ଦେଇଥିଲେ ତେବେ କୃଷ୍ଣ ଗୋଛୟତ ଙ୍କ ସ୍ତ୍ରୀ ସସ୍ମିତା ଗୋଛାୟାତ ଘଟଣା ସ୍ଥଳରେ ପହଞ୍ଚି 6 ଫୁଟ ର ନାଗ ସାପକୁ ଉଦ୍ଧାର କରିଥିଲେ - ଉଦ୍ଧାର ହୋଇଥିବା ନାଗ ସାପଟି ଗିଲିଥିବା ଅଣ୍ଡାକୁ ଗୋଟିଏ ପରେ ଗୋଟିଏ ପାଟିରୁ ବାହାର କରିଥିଲା । ଉଦ୍ଧାର ନାଗ ସାପକୁ ସସ୍ମିତା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଅଥିଲେ - ତେବେ ଜିଲ୍ଲାରେ ପ୍ରଥମ କରି ଜଣେ ମହିଳା ନିର୍ଭୟ ରେ ସାପ ଟିକୁ କାବୁ କରିବା ସହ ଜଙ୍ଗଲ ରେ ଛାଡିବା ପରେ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରସଂଶା ର ସୁଅ ଛୁଟିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.