ETV Bharat / state

ଶିମିଳିପାଳରେ ଭାରପ୍ରାପ୍ତ ରେଞ୍ଜରଙ୍କୁ ହତ୍ୟା ଘଟଣା; ଜନ୍ମ ମାଟିରେ ଶୋକର ମାହୋଲ, କ୍ଷୋଭ ପ୍ରକାଶ କଲେ ଧର୍ମେନ୍ଦ୍ର - ଶିମିଳିପାଳ ଅଭୟାରଣ୍ୟରେ ଭାରପ୍ରାପ୍ତ ରେଞ୍ଜରଙ୍କୁ ହତ୍ୟା

ଶିମିଳିପାଳ ଅଭୟାରଣ୍ୟରେ ଭାରପ୍ରାପ୍ତ ରେଞ୍ଜରଙ୍କୁ ଗୁଳି କରି ହତ୍ୟା ଘଟଣା । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ

similipal ranger murder case
ଶିମିଳିପାଳରେ ଭାରପ୍ରାପ୍ତ ରେଞ୍ଜରଙ୍କୁ ହତ୍ୟା ଘଟଣା
author img

By

Published : Jun 17, 2023, 8:23 PM IST

ଶିମିଳିପାଳରେ ଭାରପ୍ରାପ୍ତ ରେଞ୍ଜରଙ୍କୁ ହତ୍ୟା ଘଟଣା

ରାଇରଙ୍ଗପୁର: ଅସୁରକ୍ଷିତ ହୋଇପଡିଛି ଶିମିଳିପାଳ ଅଭୟାରଣ୍ୟ । ଶିକାରୀଙ୍କ କବଜାରେ ସମ୍ପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରହିଥିବା ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିର ଏହି ଗୁଳିକାଣ୍ଡ ଘଟଣାରୁ ସ୍ପଷ୍ଟ ବାରି ହେଉଛି । ଶିକାରୀ ଗୁଳିରେ ବରାହାକାମୁଡ଼ାର ଭାରପ୍ରାପ୍ତ ରେଞ୍ଜରଙ୍କ ମୃତ୍ୟୁ ଘଟଣା ପୁଣି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ଅନ୍ୟପଟେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣା ଉପରେ ଦୃଷ୍ଟି ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆଉ ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ପ୍ରତ୍ୟେକ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ପରିବେଶବିତଙ୍କ ପାଇଁ ଅଧିକ ଚିନ୍ତାର ବିଷୟ ହୋଇଛି । ଶିକାରୀ ଓ ସଂଗଠିତ ଶିକାର ରାକେଟକୁ ରୋକିବା ପାଇଁ ସବୁ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବନ୍ୟପ୍ରାଣୀ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଆବଶ୍ୟକ । ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ବସ୍ୱ ଦେଇଥିବା ମାଥାୟ ହାଁସଦାଙ୍କ ଭଳି ଜଣେ ନିଷ୍ଠାପର ଅଫିସରଙ୍କ ମୃତ୍ୟୁ ନୈରାଶଜନକ । ପ୍ରାୟ ଏକ ମାସ ପୂର୍ବରୁ ଏହି ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ କାର୍ଯ୍ୟରତ ବନରକ୍ଷୀ ବିମଳ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା । ଓଡ଼ିଶାର ଅଭୟାରଣ୍ୟରେ କେବଳ ବନ୍ୟ ଜୀବଜନ୍ତୁ ନୁହେଁ, ସେମାନଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତିମାନେ ମଧ୍ୟ ସୁରକ୍ଷିତ ନୁହନ୍ତି ।"

  • The accused have been identified and one of them has been taken into custody. A country-made gun has also been seized.

    Stringent action under the WLPA 1970 and IPC will be ensured by the enforcing agencies.

    — Bhupender Yadav (@byadavbjp) June 17, 2023 " class="align-text-top noRightClick twitterSection" data=" ">
କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟକୁ ରି-ଟ୍ୱିଟ୍ କରି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, "କାର୍ଯ୍ୟରତ ସମୟରେ ଜଣେ ଯୋଦ୍ଧାଙ୍କ ମୃତ୍ୟୁ ହେବା ଖବରରେ ମୁଁ ଦୁଃଖତ । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ଘଟଣା ଉପରେ ଅନୁଧ୍ୟାନ ଆରମ୍ଭ କରିବା ସହ ଓଡ଼ିଶାକୁ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଏକ ଟିମ ପଠାଯାଇଛି । ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖାଯାଇଛି । ଅଭିଯୁକ୍ତ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯିବା ସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଆଇପିସି ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।"
  • Another forest official shot dead by poachers in Similipal tiger reserve is a matter of great concern for every wildlife enthusiast and conservationist.

    Losing determined officers like, Shri Mati Hansda who gave his all to protect wildlife is always disheartening. A second…

    — Dharmendra Pradhan (@dpradhanbjp) June 17, 2023 " class="align-text-top noRightClick twitterSection" data=" ">

ବରାହାକାମୁଡ଼ାର ଭାରପ୍ରାପ୍ତ ରେଞ୍ଜର ମାଥାୟ ହାଁସଦାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜନମାଟି ଯାମଦା ବ୍ଲକ ଅନ୍ତର୍ଗତ ଟିଙ୍ଗିରିଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ମୃତ ମାଥାୟଙ୍କ ବାପା ରାଉରକେଲାରେ ଥିବାବେଳେ ପୂର୍ବରୁ ମାଆ ଆରପାରିକୁ ଚାଲି ଯାଇଛନ୍ତି । ଟିଙ୍ଗିରିଆ ଗ୍ରାମରେ ମୃତକଙ୍କ ଭଉଣୀ, ଭାଇ ଓ କାକା ରୁହନ୍ତି । ମୁଥାୟ ଅବିବାହିତ ଥିବାବେଳେ ପରିବାର ଲୋକେ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏହି ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ କଠୋରରୁ ଅତି କଠୋର ଦଣ୍ଡବିଧାନ କରାଯିବାକୁ ଦାବି କରିଛନ୍ତି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ମୃତ ଶରୀରକୁ ଜନ୍ମ ମାଟି ଟିଙ୍ଗିରିଆ ଗାଁକୁ ଆଣାଯାଇ ସେଠାରେ ଆଦିବାସୀ ରୀତିନୀତିରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଥାଉକି, ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ବିଟ ଅଞ୍ଚଳରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗର ଏକ ଟିମ ପେଟ୍ରୋଲିଂ କରୁଥିଲା । ବନବିଭାଗର ୬ ଜଣିଆ ଟିମ ଉକ୍ତ ବିଟ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ୬ ଜଣ ସଶସ୍ତ୍ର ଶିକାରୀଙ୍କ ସହିତ ସେମାନଙ୍କ ମୁହାଁମୁହିଁ ହୋଇଥିଲା । ଫଳରେ ଶିକାରୀ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଶିକାରୀଙ୍କ ଗୁଳି ମାଥାୟଙ୍କ ଛାତିରେ ବାଜିବାରୁ ସେ ଗୁରୁତର ହୋଇ ପଡ଼ି ଯାଇଥିଲେ । ତୁରନ୍ତ ଟିମର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଶିକାରୀ ମାନେ ଫେରାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ।

ମାସକ ମଧ୍ୟରେ ଦୁଇ ଜଣ ବନ କର୍ମଚାରୀ ଶିକାରୀଙ୍କ ଗୁଳିରେ ମୃତ୍ୟୁବରଣ କରିବା ଘଟଣା ଏବେ ଚିନ୍ତାର କାରଣ ସାଜିବା ସହ ଶିମିଳିପାଳର ସୁରକ୍ଷା ନେଇ ଚିନ୍ତା ବଢିଛି । ସେପଟେ ଉତ୍ତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଇ କିରଣ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.