ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର, ନଭେମ୍ବର 1 ରୁ ଖୋଲିବ ଶିମିଳିପାଳ - ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ

ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Oct 26, 2019, 1:48 AM IST

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବର୍ଷାରତୁ ପାଇଁ ଗତ ଜୁନ ମାସରୁ ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ପୁଣି ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ନଭେମ୍ବର 1 ତାରିଖରୁ ଖୋଲିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଅଭୟାରଣ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ବାରିପଦା ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ଉପଲବ୍ଧ ହେବ । ସକାଳ ୬ରୁ ସକାଳ ୯ଟା ପର୍ଯ୍ୟନ୍ତ ପ୍ରବେଶ ପତ୍ର ମିଳିବ । ପର୍ଯ୍ୟଟକମାନେ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ । ଦୈନିକ ସର୍ବାଧିକ ୨୫ ଗୋଟି ଯାନ ପିଠାବଟା ତନଖି ଫାଟକ ଦେଇ ପ୍ରବେଶ କରିପାରିବାକୁ ଥିବା ବେଳେ ଯଶିପୁରର କାଳିଆଣି ତନଖି ଫାଟକ ମଧ୍ୟଦେଇ ୩୫ ଗୋଟି ଯାନ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ ।

ପର୍ଯ୍ୟଟକଙ୍କ ପାଇଁ କୁମାରୀ, ରାମତୀର୍ଥ, ଗୁଡୁଗୁଡିଆ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନର ବ୍ୟବସ୍ଥା ମଧ୍ୟ ରହିଛି । ତେବେ ଏଥିପାଇଁ ପର୍ଯ୍ୟଟକଙ୍କୁ ଆଗ୍ରିମ ବୁକିଂ କରିବାକୁ ପଡିବ । ରାତ୍ରୀ ଯାପନ ବୁକିଂ ପାଇଁ www.ecotourodisha.comରେ ଲଗ ଅନ କରିପାରିବେ ପର୍ଯ୍ୟଟକ | ଗତବର୍ଷ ଭଳି ଏବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ମଧ୍ୟରେ ଥିବା ଗୁଡୁଗୁଡିଆରେ ହାତୀ ପିଠିରେ ବସି ବୁଲିବାର ବ୍ୟବସ୍ଥା ରହିଛି । ରାତ୍ରୀ ଯାପନ କରୁଥିବା ପର୍ଯ୍ୟଟକମାନେ ନୂତନ ଭାବେ ନିର୍ମିତ ହୋଇଥିବା ୱାଚ ଟାୱାର ଉପରୁ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ । ଅପରାହ୍ନ ୩ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣୀ ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡିବ ବୋଲି ନିୟମରେ ଉଲ୍ଲେଖ ରହିଛି । ତେବେ ଚଳିତ ବର୍ଷ ମଧ୍ୟ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ପର୍ଯ୍ୟଟକଙ୍କ ପ୍ରତ୍ୟେକ ଗାଡ଼ିରେ ଜଣେ ଗାଇଡ଼ ବାଧ୍ୟତାମୂଳକ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ପର୍ଯ୍ୟଟକ ଙ୍କ ପାଇଁ ଖୁସିର ଖବର ।ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ର କ୍ଷେତ୍ର ନିର୍ଦ୍ଦେଶକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବର୍ଷା ରତୁ ପାଇଁ ଗତ ଜୁନ ମାସ ରୁ ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ପୁଣି ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ନଭେମ୍ବର 1 ତାରିଖ ରେ ଖୋଲିବ । ଅଭୟାରଣ୍ୟ କୁ ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ବାରିପଦା ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟା।ରୁ ସକାଳ ୬ ଘଟିକାରୁ ସକାଳ ୯ ଘଟିକା ପର୍ଯ୍ୟନ୍ତ ମିଳିବ । ପର୍ଯ୍ୟଟକ ମାନେ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ । ଦୈନିକ ସର୍ବାଧିକ ୨୫ ଗୋଟି ଯାନ ପିଠାବଟା ତନଖି ଫାଟକ ଦେଇ ପ୍ରବେଶ କରିପାରିବାକୁ ଥିବା ବେଳେ ଯଶିପୁର ର କାଳିଆଣି ତନଖି ଫାଟକ ମଧ୍ୟଦେଇ ୩୫ ଗୋଟି ଯାନ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ । ପର୍ଯ୍ୟଟକଙ୍କ ପାଇଁ ମଧ୍ୟ କୁମାରୀ, ରାମତୀର୍ଥ, ଗୁଡୁଗୁଡିଆ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନର ବ୍ୟବସ୍ଫା ରହିଛି । ତେବେ ଏଥିପାଇଁ ପର୍ଯ୍ୟଟକଙ୍କୁ ଆଗ୍ରିମ ବୁକିଂ କରିବାକୁ ପଡିବ । ରାତ୍ରୀ ଯାପନ ବୁକିଂ ପାଇଁ www.ecotourodisha.com ରେ ଲଗ ଅନ କରିପାରିବେ ପର୍ଯ୍ୟଟକ | ଗତବର୍ଷଭଳି ଏବର୍ଷ ମଧ୍ଯ ପର୍ଯ୍ୟଟକ ଙ୍କ ପାଇଁ ଅଭୟାରଣ୍ୟ ମଧ୍ଯରେ ଥିବା ଗୁଡୁଗୁଡିଆ ଠାରେ ହାତୀ ପିଠିରେ ବସି ବୁଲିବାର ବ୍ୟବସ୍ଫା ରହିଛି । ରାତ୍ରୀ ଯାପନ କରୁଥିବା ପର୍ଯ୍ୟଟକ ମାନେ ନୂତନ ଭାବେ ନିର୍ମିତ ହୋଇଥିବା ଓାଚ୍ ଟାୱାର ଉପରୁ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ । ଅପରାହ୍ନ ୩ ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକ ମାନେ ଯୋରନ୍ଦା ଓ ବରେହିପାଣୀ ଜଳପ୍ରପାତ ଓ ଅପରାହ୍ନ ୪ ଟା ପୂର୍ବରୁ ଚହଲାଛାଡିବାକୁ ପଡିବ ବୋଲି ନୀୟମ ହୋଇଛି । ତେବେ ଚଳିତ ବର୍ଷ ମଧ୍ୟ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ତରଫରୁ ପର୍ଯ୍ୟଟକଙ୍କ ପ୍ରତ୍ୟେକ ଗାଡ଼ିରେ ଜଣେ ଗାଇଡ଼ ବାଧ୍ୟତାମୂଳକ କରାଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.