ETV Bharat / state

ବର୍ଷାଋତୁ ପାଇଁ ନଭେମ୍ବର ପହିଲା ଯାଏଁ ଶିମିଳିପାଳ ବନ୍ଦ - ଶିମିଳିପାଳ

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷାଋତୁକୁ ଦୃଷ୍ଟିରେ ରଖି ରବିବାରଠାରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 16, 2019, 7:25 PM IST

ବାରିପଦା: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷାଋତୁକୁ ଦୃଷ୍ଟିରେ ରଖି ରବିବାରଠାରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶିମିଳିପାଳକୁ ପୂର୍ବ ବର୍ଷ ତୁଳନାରେ ଏବର୍ଷ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ଏଥିସହ ଚଳିତ ବର୍ଷରେ ସର୍ବାଧିକ ଆୟ ଏକ କୋଟିରୁ ଉର୍ଦ୍ଧ୍ବ ହୋଇଥିବା ମଧ୍ୟ ସୂଚନା ଦେଇଛି ବନ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଗଣନା ଅନୁଯାୟୀ 2017 ନଭେମ୍ବର ପହିଲାରୁ 2018 ଜୁନ୍‌ 15 ପର୍ଯ୍ୟନ୍ତ 33 ହଜାର 401 ଜଣ ପର୍ଯ୍ୟଟକ ଶିମିଳିପାଳ ଭିତରକୁ ପ୍ରବେଶ କରିଥିଲେ ଏବଂ ସେଥିରେ 11 ଜଣ ବିଦେଶୀ ପର୍ଯ୍ୟଟକ ରହିଥିଲେ । ଅନ୍ୟପଟେ 2018 ନଭେମ୍ବର ପହିଲାରୁ 2019 ଏପ୍ରିଲ ମାସ ମଧ୍ୟରେ 28 ହଜାର 882 ଜଣ ପର୍ଯ୍ୟଟକ ଶିମିଳିପାଳ ପରିଦର୍ଶନରେ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ 30 ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି ।

ଶିମିଳିପାଳକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ନିଶ୍ଚିତ ଗର୍ବର କଥା । ଅଭୟାରଣୟରେ ବିଭିନ୍ନ ପ୍ରକାରର ବନ୍ୟପ୍ରଣୀ, ସରୀସୃପ, ବିରଳ ପକ୍ଷୀ ଓ ଜୈବ ବିବିଧତା ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରକୃତିର ମନଲୋଭା ଦୃଶ୍ୟ ସାଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି ।

ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶିମିଳିପାଳରେ ଜାମୁଆଣି, କୁମାରୀ, ଗୁଡ଼ୁଗୁଡ଼ିଆ ଓ ରାମତୀର୍ଥରେ ଟେଣ୍ଟ, ବାମ କଟେଜ୍ , ଆଦିବାସୀ କୁଡିଆ ଓ ମଜା ନିର୍ମାଣ କରାଯାଇଛି । ଏଗୁଡିକରେ ରାତ୍ରିଯାପନ କରିବାକୁ ହେଲେ ଆଗୁଆ ଅନଲାଇନ ବୁକିଂ କରିବାକୁ ପଡ଼ିଥାଏ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଆଜିଠାରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶିମିଳିପାଲକୁ ପୂର୍ବ ବହଁ ତୁଳନାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ଚଳିତ ବର୍ଷରେ ସର୍ବାଦିକ ଆୟ ଏକ କୋଟିରୁ ଉର୍ଦ୍ଦ ହୋଇଥିବା ସୂଚନା ଦେଇଛି ବନ୍ୟବିଭାଗ । ୨୦୧୭ ନଭେମ୍ବର ପହିଲାରୁ ୨୦୧୮ ଜୁନ୍‌ ୧୫ ପର୍ଯ୍ୟନ୍ତ ୩୩ ହଜାର ୪୦୧ ଜଣ ପର୍ଯ୍ୟଟକ ଶିମିଳିପାଳ ଭିତରକୁ ପ୍ରବେଶ କରିଥିଲେ ଏବଂ ସେଥିରେ ୧୧ ଜଣ ବିଦେଶୀ ପର୍ଯ୍ୟଟକ ଥିବାବେଳେ ୨୦୧୮ ନଭେମ୍ବର ପହିଲାରୁ ୨୦୧୯ ଏପ୍ରିଲ ମାସ ମଧ୍ୟରେ ୨୮ ହଜାର ୮୮୨ ଜଣ ପର୍ଯ୍ୟଟକ ଶିମିଳିପାଳ ପରିଦର୍ଶନରେ ଆସିଥିବା ବେଳେ ସେମାନଙ୍କ ମନ୍ଦରୁ ୩୦ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି । ଶିମିଳିପାଳ କୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ନିଶ୍ଚିତ ଗର୍ବର କଥା। ଅଭୟାରଣୟରେ ବିଭିନ୍ନ ପ୍ରକାରର ବନ୍ୟପ୍ରଣୀ, ସରିଶୁପ, ବିରଳ ପକ୍ଷୀ ଓ ଜୈବବିବିଧତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତିର ମନଲଭା ଦୃଶ୍ୟ ସାଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି । Body:ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶିମିଳିପାଳ ମନ୍ଦରେ ଜାମୁଆଣି, କୁମାରୀ, ଗୁଡ଼ୁଗୁଡ଼ିଆ ଓରାମତୀର୍ଥରେ ଟେଣ୍ଟ,ବାମ କଟେଜ୍ ,ଆଦିବାସୀ କୃଡିଆ ଓ ମଜା ନିର୍ମାଣ କରାଯାଇଛି । ଏଗୁଡିକରେ ରାତ୍ରୀ ଜାପନ କରିବାକୁ ହେଲେ ଅଗ୍ରୀମ ଅନଲାଇନରେ ବୁକିଂ କରିବାକୁ ପଡ଼ିଥାଏ ।Conclusion:ଚଳିତ ବର୍ଷ ପର୍ଯ୍ୟଟକ ପାଇଁ ବନ୍ଦ ହୋଇଅଛି ଶିମିଳିପାଳ ଅଭୟାରଣ୍ୟ ଅପେକ୍ଷା ନଭେମ୍ବର ମାସକୁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.